banner
Breaking

ପତଞ୍ଜଳି ବାହାର କଲା କରୋନା ଔଷଧ କରୋନିଲ୍

0

ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍‌ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ ରାମଦେବ ବାବାଙ୍କ କମ୍ପାନୀ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି ବୋଲି ଘୋଷଣା କରିଛି। ଯାହାର ନାମ କରୋନିଲ୍‌ ରଖାଯାଇଛି। ମଙ୍ଗଳବାର ହରିଦ୍ୱାରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାବା ରାମଦେବ କରୋନିଲ୍‌ ଔଷଧକୁ ଲଞ୍ଚ କରିଛନ୍ତି। ଏହି ଅବସରରେ ଆଚାର୍ଯ୍ୟ ବାଲ କୃଷ୍ଣ, ସମସ୍ତ ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଉପସ୍ଥିତ ରହିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବାବା ରାମଦେବ ଏହି ଔଷଧ ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି, କରୋନାକୁ ହରାଇବା ପାଇଁ ଏହା ସମ୍ପୂର୍ଣ୍ଣ ସକ୍ଷମ ଅଟେ। କାରଣ ଏହାକୁ ଦୁଇଥର ଟ୍ରାୟଲ୍‌ କରାଯାଇଛି। ପ୍ରଥମ ଥର କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି ଓ ଦ୍ୱିତୀୟ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାୟଲ୍‌ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଆରମ୍ଭ କରି କେତେକ ସହରରେ ଏହି କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି କରାଯାଇଥିଲା। ଏଥିରେ ୨୮୦ ରୋଗୀଙ୍କୁ ସାମିଲ କରାଯାଇଥିବା ବେଳେ ଶହେ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ ଓ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଜଣ ଲୋକଙ୍କୁ ନେଇ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାୟଲ୍‌ କରାଯାଇଥିଲା। ଏହି ପରୀକ୍ଷଣରେ ୩ଦିନ ଭିତରେ ୬୯ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ ଅର୍ଥାତ୍‌ ପଜିଟିଭ୍‌ରୁ ନେଗେଟିଭ୍‌ ହୋଇଥିଲେ। ଯାହା ଇତିହାସରେ ସବୁଠାରୁ ବଡ଼ ଘଟଣା। ସେହିଭଳି ୭ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ବେଳେ ଶୂନ ପ୍ରତିଶତ ମୃତ୍ୟୁହାର ରହିଥିଲା ବୋଲି ରାମଦେବ ବାବା କହିଛନ୍ତି। ଏହି ଔଷଧକୁ ବୈଜ୍ଞାନିକଙ୍କ ସମସ୍ତ ନିୟମକୁ ପାଳନ କରି କରାଯାଇଥିବା ବେଳେ ଏଥିରେ ମୁଲେଠି, କାଢ଼ା, ଗିଲେୟ, ଅଶ୍ୱଗନ୍ଧା, ତୁଳସୀ ଭଳି ଆଦି ଜଡ଼ିବୁଡ଼ିର ବ୍ୟବହାର କରାଯାଇଛି। ଆୟୁର୍ବେଦରୁ ତିଆରି ହୋଇଥିବା ଏହି ଔଷଧ ଆଗାମୀ ୭ଦିନ ଭିତରେ ପତଞ୍ଜଳି ଦୋକାନରେ ଉପଲବ୍ଧ ହେବ ବୋଲି ରାମଦେବ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.