banner
Breaking

ପାର୍ଲାମେଣ୍ଟରୁ ବହାରିଲେ ୪୦୦ ପଜିଟିଭ

0

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି କରୋନା । ଏହି ସଂକ୍ରମଣ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ଜାନୁୟାରୀ ୬ ଓ ୭ରେ ପାର୍ଲାମେଣ୍ଟରେ କାମ କରୁଥିବା କର୍ମଚାରୀ, ସୁରକ୍ଷାକର୍ମୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୦୦ରୁ ଅଧିକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏପଟେ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧,୪୧,୯୮୬ ଏହାକୁ ନେଇ ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୭୨,୧୬୯ରେ ପହଞ୍ଚିଛି । ଅନ୍ୟପଟେ ଦୈନିକ ସଂକ୍ରମଣ ସଂଖ୍ୟାରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଥିବା ସୂଚନା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.