banner
Breaking

ପରିଚୟ ଫାଉଣ୍ଡେସନ୍‌ର ପ୍ରୟାସ -ବୁଣାକାରଙ୍କୁ ମାର୍କେଟିଂ ସୁବିଧା ଦେବ ‘ପରିଣୀତି’

0

ଭୁବନେଶ୍ୱର : ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ହାତର ଯାଦୁ ଦେଶ କାହିଁଁକି ବିଦେଶରେ ଚର୍ଚ୍ଚିତ । ସେ ମାଣିଆବନ୍ଧ ପାଟ ହେଉ କି ସୋନପୁରର ପଶାପଲ୍ଲୀ, ଇକ୍କତ, ସମ୍ବଲପୁରୀ ପାଟର ଚାହିଦା ଆକାଶଛୁଆଁ । କିନ୍ତୁ ଗ୍ରାମାଞ୍ଚଳର ଯେଉଁ ବୁଣାକାର ଏହାକୁ ତିଆରି କରୁଛି ସେ ଦୁର୍ଦ୍ଦିନରେ ଜୀବନ ବିତାଉଛି । ତାଙ୍କ ପରିବାର ଚଳିବା କଷ୍ଟକର ହେଉଛି । ଲାଭାଂଶର ମାତ୍ର କେଇ ଗୁଣ ବୁଣାକାରକୁ ମିଳୁଛି । ସିଂହଭାଗ ମଧ୍ୟସ୍ଥି ବା ସୋରୁମ୍ ପାଉଛନ୍ତି । ବୁଣାକାରଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ଦେବାକୁ ପରିଚୟ ଫାଉଣ୍ଡେସନ୍ ଏକ ପ୍ରୟାସ ଆରମ୍ଭ କରିଛି । ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସାମଗ୍ରୀ ବିକ୍ରି ପାଇଁ ଅନଲାଇନ୍ ମାର୍କେଟିଂ ସୁବିଧା ଦେବାକୁ ଯାଉଛି । ‘ପରିଣୀତି ବ୍ରାଣ୍ଡ୍‌’ ନାଁରେ ଖୁବ୍‌ଶୀଘ୍ର ଏହାର ଶୁଭାରମ୍ଭ ହେବ ବୋଲି ଅ।।ଜି ଆୟୋଜିତ ୱେବିନାର୍‌ରେ ଘୋଷଣା କରାଯାଇଛି ।
ଜାତୀୟ ହସ୍ତଶିଳ୍ପ ଦିବସ ଅବସରରେ ଏହି ୱେବିନାର ହୋଇଥିଲା । ପରିଣୀତି ବ୍ରାଣ୍ଡ୍ ଅଧୀନରେ ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ସାମଗ୍ରୀକୁ ବିକ୍ରି କରାଯିବ । ଌରିଚୟ ଫାଉଣ୍ଡେସନ୍ ଓ ଚନ୍ଦ୍ରଶେଖରପୁରସ୍ଥିତ ହେଡ୍ ଟର୍ଣ୍ଣର୍ସ ଏଥିପାଇଁ ଡିଜିଟାଲ ମାର୍କେଟିଂ ପ୍ଲାଟ୍‌ଫର୍ମ ଯୋଗାଇ ଦେବେ । ‘ପରିଣୀତି’ ୱେବସାଇଟ୍‌ରେ ସମସ୍ତ ସାମଗ୍ରୀ ଉପଲବ୍ଧ ହେବ । ଆମାଜନ ଓ ଫ୍ଲିପ୍‌କାର୍ଟରେ ମଧ୍ୟ ଏହା ବିକ୍ରି ପାଇଁ ରହିବ । ପୂରା ଲାଭ ରାଶି ସିଧାସଳଖ ବୁଣାକାରଙ୍କ ପକେଟ୍‌କୁ ଯିବ । କର୍ପୋରେଟ ହାଉସ୍‌, ଆଇଟି ସଂସ୍ଥା ଓ ଅନ୍ୟ ସରକାରୀ ଅଫିସ୍‌ରେ ସପ୍ତାହକୁ ଗୋଟିଏ ଦିନ ହସ୍ତଶିଳ୍ପ ସାମଗ୍ରୀ ବ୍ୟବହାର ପାଇଁ ପ୍ରୟାସ କରାଯିବ । ଆଗକୁ ମଧ୍ୟ ଏହି ସାମଗ୍ରୀକୁ ନେଇ ହେଡ୍ ଟର୍ଣ୍ଣର୍ସ ସ୍ୱତନ୍ତ୍ର ସୋରୁମ୍ ଖୋଲିବ । ବୁଣାକାରମାନେ ଯେଭଳି ଆର୍ଥିକ ଫାଇଦା ପାଇବେ ଏହା ଆମ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ କହିଛନ୍ତି । ହେଡ ଟର୍ଣ୍ଣର୍ସ ଏମ୍‌ଡି ଜୁନିତା ହୋତା ଓ ଅନ୍ୟମାନେ ଏହି ୱେବିନାର୍‌ରେ ସାମିଲ ହୋଇ ବୁଣାକାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.