banner
Breaking

କରୋନା ସମୟରେ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍‌ର ସହାୟତା ଚେନ୍‌ -ମାଣିଆବନ୍ଧ ବୁଣାକାରଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ପରିଚୟ ଫାଉଣ୍ଡେସନ୍‌

0

ଭୁବନେଶ୍ୱର,୫/୯(ଓଡ଼ିଆ ନ୍ୟୁଜ):କରୋନା ବିପତ୍ତି ସମୟରେ ଦୁର୍ଦ୍ଦଶା ଭିତରେ ଥିବା ବୁଣାକାର ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ପରିଚୟ ଫାଉଣ୍ଡେସନ୍ । ବୁଣାକାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟାଯାଇଛି । ୪୭୫ ବୁଣାକାର ପରିବାରଙ୍କୁ ଏହି ସାମଗ୍ରୀ ଦିଆଯାଇଛି । ପରିଚୟ ଫାଉଣ୍ଡେସନ୍‌ର ଏହି ଅଭିଯାନରେ ସାମିଲ ହୋଇଛି ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ । ଫାଉଣ୍ଡେସନ୍ ପକ୍ଷରୁ ସମସ୍ତଙ୍କୁ ଏହି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର)୍ ମୁଖ୍ୟ ଶର୍ମି ରାୟ ଚୌଧୁରୀ ଉପସ୍ଥିତ ରହି ଏହି ସାମଗ୍ରୀ ବାଣ୍ଟିଥିଲେ ।


ମାଣିଆବନ୍ଧ ବୁଣାକାରଙ୍କ ହାତର ଯାଦୁ ସାରା ଦେଶବିଦେଶରେ ପରିଚିତ । ମାଣିଆବନ୍ଧ ପାଟ ଶାଢି ବେଶ୍ ଆଦୃତି ପାଇଛି । କିନ୍ତୁ ଏବେ କରୋନା ବୁଣାକାରଙ୍କ ଅଣ୍ଟା ଭାଙ୍ଗିଦେଇଛି । ସେମାନଙ୍କ ପରିବାର ଦୁଃଖଦୁର୍ଦ୍ଦଶା ଭିତରେ ଅଛନ୍ତି । ଆର୍ଥିକ ଅଭାବ ଅନଟନ ଭିତରେ ଦିନ ଗଣୁଛନ୍ତି । ସେମାନଙ୍କ ଏଭଳି ଆବଶ୍ୟକତା ସମୟରେ ପରିଚୟ ଫାଉଣ୍ଡେସନ୍ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ ସେମାନଙ୍କ ସହ ଛିଡା ହୋଇଛନ୍ତି । ମାଣିଆବନ୍ଧ ବୁଣାକାରମାନେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ । ସେମାନଙ୍କ ଅସୁବିଧା ସମୟରେ ସହାୟତା ପାଇଁ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ ଆଗେଇ ଆସିଛି । ଏଥିପାଇଁ ଫାଉଣ୍ଡେସନ୍‌କୁ ଧନ୍ୟବାଦ ଜଣାଉଛୁ ବୋଲି ଶ୍ରୀମତୀ ପାଟ୍ଟଶାଣୀ କହିଛନ୍ତି । ଆଗକୁ ମଧ୍ୟ ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ପରିଚୟ ଫାଉଣ୍ଡେସନ୍ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.