banner
Breaking

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପରିଚୟ ଫାଉଣ୍ଡେସନ୍‌

0

ଭୁବନେଶ୍ୱର,୧୮/୮(ଓଡ଼ିଆ ନ୍ୟୁଜ):କରୋନା ସମୟରେ ଯୋଦ୍ଧା ସାଜି ନିଜ କର୍ତ୍ତବ୍ୟ ପରାୟଣତାର ପରିଚୟ ଦେଇଥିବା ଓ ସମାଜ ପାଇଁ ସେବା କରିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଛି ପରିଚୟ ଫାଉଣ୍ଡେସନ୍ । ଭର୍ଚୁଆଲ୍ ମାଧ୍ୟମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ସହ ରାସନ ବାଣ୍ଟିବା ଅଭିଯାନ ଚଲାଇଥିବା ସିଏମ୍‌ସିର ପ୍ରାକ୍ତନ ଉପାଧ୍ୟକ୍ଷ ପୁଷ୍ପା ସାମଲ, ବସ୍ତିବାସିନ୍ଦାଙ୍କ ପାଇଁ କାମ କରିଥିବା ଇ କାମେଶ୍ୱର ପାତ୍ର,ଦିବ୍ୟାଙ୍ଗ କ୍ରିକେଟ ସଂଘର ଉପସଭାପତି ବେଲା ଜୟସ୍ୱାଲ, ଲକଡାଉନ୍ ସମୟରେ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇଥିବା ବାସନ୍ତୀ ସିଂ, ଆମ୍ବିକି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଦାୟିତ୍ୱରେ ଥିବା କୈଳାସ ପରିଡା, ଫଟୋ ସାମ୍ବାଦିକ ସମିମ୍‌ କ୍ୟୁରେସୀ ଓ ମୃତକଙ୍କ ଶରୀରର ଶବଦାହ ପାଇଁ ମଶାଣିକୁ ଆଣିବାରେ ସହାୟତା କରୁଥିବା ରେଶ୍‌ମା ସିଂଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । କରୋନା ଭଳି ବିପତ୍ତି ସମୟରେ ସମାଜରେ ସେବା ଭାବର ନିଦର୍ଶନ ଦେଖାଇ ଯୋଦ୍ଧା ପାଲଟିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଆମର ଉଦ୍ଦେଶ୍ୟ ବୋଲି ପରିଚୟ
ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ର କହିଛନ୍ତି । ଦୀକ୍ଷା ତିୱାରୀ ଓ ମିନର୍ଭା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.