banner
Breaking

ପରିଚୟ ଫାଉଣ୍ଡେସନ ପକ୍ଷରୁ ସପ୍ତମ ‘ ପରମ୍ପରା’ ଓ ପଞ୍ଚମ ‘ଶ୍ରୀ ପୁରସ୍କାର’ ପ୍ରଦାନ

0

ପରିଚୟ ଫାଉଣ୍ଡେସନ ପକ୍ଷରୁ ସପ୍ତମ ‘ ପରମ୍ପରା’ ଓ ପଞ୍ଚମ ‘ଶ୍ରୀ ପୁରସ୍କାର’ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସମ୍ବିଧାନ ହଲ ଠାରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଛି।
ରାଜ୍ୟ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ, ଶ୍ରୀଲଙ୍କାର ଡେପୁଟି ହାଇ କମସନର ଏ ଚି ନିଲୁକା କାନ୍ଦୁରୁଗାମୁଆ, ରାଜ୍ୟସଭା ସାଂସଦ ଅଶୋକ ବାଜପେୟୀ, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପ୍ରାକ୍ତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏକେ ବର୍ମା ଉପସ୍ଥିତ ଥିଲେ।
କଣ୍ଠଶିଳ୍ପୀ ଲୋପିତା ମିଶ୍ରଙ୍କ ସଙ୍ଗୀତ ପରିବେଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର ଓ ତାଙ୍କ ଝିଅ ଲିତିଶା ମହାପାତ୍ର ଗୁରୁ ଶିଷ୍ୟ ଓ ପରମ୍ପରାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ।
ପରିଣୀତି ଓ ‘ କଳିଙ୍ଗରୂପ’ ପକ୍ଷରୁ ୱାକ୍ ସୋ ହୋଇଥିଲା। ବୁଣାକାରଙ୍କ ଦ୍ଵାରା ପ୍ରସ୍ତୁତ ପାରମ୍ପରିକ ଶାଢୀ ପିନ୍ଧି ବିଭିନ୍ନ ପ୍ରତିଷ୍ଠିତ ମହିଳମାନେ ରମ୍ପ ସୋ ରେ ଚାଲି ଥିଲେ। ରୂପସୀ ୱଧାୱନ ଓ ରଶ୍ମି ପଣ୍ଡା ଏହାର ପରିକଳ୍ପନା କରିଥିଲେ।

ବ୍ୟବସାୟ କ୍ଷେତ୍ରରେ ମହେନ୍ଦ୍ର କୁମାର ଗୁପ୍ତା ଓ ସୁବାସ ଭୁରା, ଚିକିତ୍ସା ବିଜ୍ଞାନରେ ଅମିତ୍ ପାଟ୍ଟଯୋଶୀ, ଏନ୍ ଆରଓ କ୍ଷେତ୍ରରେ ଡା ଅରୁଣ ପ୍ରହରାଜ, ମନୋରଞ୍ଜନ କ୍ଷେତ୍ରରେ ବିଜୟ କୁମାର ବାରିକ, କର୍ପୋରେଟ କମ୍ୟୁନିକେସନରେ ରାଜୀବ ଗୋଏଲ, ସିଏସଆରରେ କାନାରା ବ୍ୟାଙ୍କ, ଶିକ୍ଷା ପାଇଁ ସଞ୍ଜୟ କୁମାର ତ୍ରିପାଠୀ ଓ ପ୍ରଫେସର ସତ୍ୟଭୂଷଣ ଦାସ, ସାହିତ୍ୟ ରେ ଦେବେନ୍ଦ୍ର ନାଥ ରାଉତ, କଳା ଓ ସଂସ୍କୃତି ପାଇଁ ଆଶୁତୋଷ ନନ୍ଦ ଓ ସତ୍ୟକେତନ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ସିଏ କିଶୋର ହୋତା, ସମାଜସେବା ପାଇଁ ଅଭୟ ରଞ୍ଜନ ପଟ୍ଟନାୟକ, ଉଦ୍ୟୋଗ ପାଇଁ ସତ୍ୟବ୍ରତ ସାନୁ ରଥ ଓ ବିଶ୍ୱଜିତ ସାହୁ, ସାମ୍ବାଦିକ କ୍ଷେତ୍ରରେ ସ୍ମୃତିରଞ୍ଜନ ବିଶ୍ଵାଳ ଓ ସମାଜସେବା ପାଇଁ ହୃଦାନନ୍ଦ ପୃଷ୍ଟିଙ୍କୁ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିଭଳି ମନିସ୍ କେ ଚୌଧୁରୀ, ବିଜୟଲକ୍ଷ୍ମୀ କର, ମଦନ ମୋହନ ରେଡ୍ଡୀ, ଅନିନ୍ଦିତା ଦାସ, ରିତ୍ଵିକ୍ ଦାସ, ଶ୍ବେତା ଆରୋରା, ଅଭିଳାଷା ମିଶ୍ର, ବୋଦାପତି ଗଙ୍ଗାଧର, ଅରୁଣ କୁମାର ଶୁକ୍ଳା, ନିଧି ଗର୍ଗ, ମାନସୀ ଶତପଥୀଙ୍କୁ ପରମ୍ପରା ସମ୍ମାନ ଦିଆଯାଇଛି। ସମାଜ ପାଇଁ ଅବଦାନ ଥିବା ବ୍ୟକ୍ତିଙ୍କୁ ସ୍ଵୀକୃତି ଦେବା ପାଇଁ ପରିଚୟ ଫାଉଣ୍ଡେସନ ଏହି ପ୍ରୟାସ କରୁଛି। ତେବେ ଅବହେଳିତ ବର୍ଗ ପାଇଁ ଆମେ ଆଗକୁ ଆମ ଅଭିଯାନ ଜାରି ରଖିବୁ ବୋଲି ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ।

Khansweb Solution Bhubaneswar

Leave A Reply

Your email address will not be published.