banner
Breaking

ପରିଚୟ ଓ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନର ପକ୍ଷରୁ ୫୦୦ ବୁଣାକାର ପରିବାରକୁ ରାସନ ସାମଗ୍ରୀ ପ୍ରଦାନ।

0

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ଅନେକଙ୍କ ରୋଜଗାର ଛଡାଇ ନେଇଛି । ଲକଡାଉନ୍ ଯୋଗୁ ବ୍ୟବସାୟ ଠପ୍ ହୋଇଯାଇଛି । ଲୋକେ ଜୀବିକା ହରାଇଲେଣି । ବୁଣାକାରମାନେ ବି ଦୁର୍ଦ୍ଦଶା ଭିତରେ ଅଛନ୍ତି । ତେବେ ଏଭଳିି ବିପତ୍ତିରେ ସେମାନଙ୍କ ପାଖରେ ଛିଡା ହୋଇଛି ‘ପରିଚୟ’ ଫାଉଣ୍ଡେସନ୍ ।
ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍ ସହାୟତାରେ ବୁଣାକାରମାନଙ୍କ ପରିବାରକୁ ରାସନ ସାମଗ୍ରୀ ବଣ୍ଟାଯାଇଛି । ଯାଜପୁର ରସୁଲପୁର ଗୋପାଳପୁର ହସ୍ତଶିଳ୍ପ କ୍ଲଷ୍ଟର ଅଧୀନରେ ଥିବା ୫୦୦ ବୁଣାକାର ପରିବାରକୁ ବିଭିନ୍ନ ରାସନ ସାମଗ୍ରୀ ବଣ୍ଟାଯାଇଛି । ‘ପରିଚୟ’ ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ଉପସ୍ଥିତ ରହି ଏହି ସାମଗ୍ରୀ ପ୍ରଦାନ କରିଛନ୍ତି । ଲକଡାଉନ୍ ସମୟରେ ବୁଣାକାରଙ୍କୁ ସହାୟତା କରିଥିବାରୁ ସେ ଟେକ୍ ମହିନ୍ଦ୍ରା ସିଏସଆର୍ ମୁଖ୍ୟ ଶୋର୍‌ମି ଚୌଧୁରୀ ଓ ରଶ୍ମି ମହାନ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ କରୋନାର ପ୍ରଥମ ଲହରୀ ସମୟରେ ପରିଚୟର ପ୍ରୋଜେକ୍ଟ ପରିଣୀତି ଅଧୀନରେ ମାଣିଆବନ୍ଧର ବୁଣାକାରଙ୍କୁ ଅନେକ ସହାୟତା ପ୍ରଦାନ କରାଯାଇଛି । ବୁଣାକାରଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ସେମାନେ ତିଆରି କରୁଥିବା ଶାଢୀର ବ୍ରାଣ୍ଡିଂ ଓ ଅନଲାଇନ୍‌ରେ ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.