banner
Breaking

ପାରାଦୀପରେ ଗ୍ୟାସ ଲିକ୍ ୧୩ ଅସୁସ୍ଥ।

0

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଶିଳ୍ପାଞ୍ଚଳରେ ରବିବାର ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଛି। ଏହାର ପ୍ରଭାବରେ ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ ମେଡିକାଲ ପଠାଯାଇଛି। ଅନ୍ୟ ୧୦ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଲକ୍‌ଥାନା ପୋଲିସ, ଏଏସ୍‌ପି ନିମାଇଁ ସେଠୀ, ଏଡିଏମ୍‌ କାହ୍ନୁଚରଣ ଧୀର ପ୍ରମୁଖ ପ୍ଲାଣ୍ଟରେ ପହଞ୍ଚି ଗ୍ୟାସ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନଙ୍କୁ ଡକାଇ ଘଟଣାର ଅନୁଧ୍ୟାନ କରିଥିଲେ। ଏପରିକି ଅଧିକାରୀମାନେ ଅଧିକ ତଦନ୍ତ ପାଇଁ ପ୍ଲାଣ୍ଟକୁ ସିଲ୍‌ କରିଦେଇ ଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ପ୍ଲାଣ୍ଟ କିଛି ଦିନ ହେଲା ବନ୍ଦ ରହିଥିଲା। ମେ ୧ତାରଖରୁ ପ୍ଲାଣ୍ଟ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ରବିବାର ଫ୍ରିଜର ରୁମ୍‌ର ଆଇସ ପ୍ଲେଟ୍‌ ଖସି ଆମୋନିଆ ପାଇପ ଉପରେ ପଡିଥିଲା। ଫଳରେ ପାଇପ୍‌ ଫାଟି ଗ୍ୟାସ ଲିକ୍‌ ହୋଇଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.