banner
Breaking

ଲୋକଙ୍କ ମନ ଜିଣିଲେ ଉତ୍ତର ବିଧାୟକ

0

ଭୁବନେଶ୍ବର,( ଓଡ଼ିଆ ନ୍ୟୁଜ ) :  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଲୋକଙ୍କ ସହିତ ରୁହ ଲୋକଙ୍କ ପାଇଁ କାମକର ଯାହାକୁ କରି ଦେଖାଇଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ।ନିର୍ବାଚନ ପୂର୍ବରୁ ନେତାମାନେ ସାଧାରଣ ଗରିବ ଗୁରୁବା ଲୋକଙ୍କ ଘରେ ଭୋଜନ କରିବା ଆଳରେ ଭୋଟ୍ ଭୀକ୍ଷା କରିବା ନୂଆ କଥା ନୁହେଁ । ବିଜେପି ଦଳ ତରଫରୁ ଚଳିତ ନିର୍ବାଚନ ପୂର୍ବରୁ ଏଭଳି ଏକ ଅଭିଯାନ ଆରମ୍ଭ ହୋଇଥିଲା । ହେଲେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓରଫ୍ ବାପୁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ନିର୍ବାଚନ ସମୟରେ ଯେଉଁ ଭୋଟରଙ୍କ ଭୋଟ୍ ପାଇ ସେ ବିଧାୟକ ହୋଇଛନ୍ତି ସେହିମାନଙ୍କ ହୃଦୟରେ ରହିବାକୁ ପ୍ରୟାସ କରିଛନ୍ତି ।

ନିର୍ବାଚନ ଜିତିବା ପରେ ସାଧାରଣତଃ ନେତାମାନେ ନିର୍ବାଚନମଣ୍ଡଳୀରେ କମ୍ ଦିଶନ୍ତି । ବାପୁ କିନ୍ତୁ ଦିନର ଅର୍ଦ୍ଧାଧିକ ସମୟ ନିର୍ବାଚନମଣ୍ଡଳୀରେ ଘୁରୁ ବୁଲୁଥାନ୍ତି । ଯିଏ ଯେଉଁଠି ଖାଇବାକୁ ଡାକିଲା ସେଠି ବସିପଡ଼ନ୍ତି। ଆଉ ତାଙ୍କ ସାଙ୍ଗରେ ଭୋଜନ ମଧ୍ୟ କରନ୍ତି । ସେ ସମୟରେ ସେ ଧନୀ, ଗରିବ କି ଉଚ୍ଚନୀଚର ଭେଦଭାବ ଭୁଲିଯାଆନ୍ତି । ଆଜି ସେହିଭଳି ଗରିମୁଣ୍ଡ ପଞ୍ଚାୟତରେ ବୁଲୁଥିବା ସମୟରେ ଭାଗ୍ୟଧର ପରିଡ଼ା ନାମକ ଜଣେ ସାଧାରଣ ଲୋକ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲା । କିଛି ବାଛବିଚାର ନ କରି ବାପୁ ତାଙ୍କ ବାରଣ୍ଡା ତଳେ ଆସନ ପାରି ଖାଇ ବସିଲେ । ଭାତ, ଡାଲି ସହ ମାଛଭଜା, ବାଇଗଣ ଭଜା ଖାଇଥିଲେ । ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ଲୋକେ ଏଭଳି ଖଣ୍ଡେ ବିଧାୟକଙ୍କୁ ପାଇଁ ବେଶ୍ ଖୁସି । ବହୁ କମ୍ ଦିନରେ ସେ ପ୍ରିୟ ଭାଜନ ହୋଇ ପାରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.