banner
Breaking

ପଞ୍ଜାବରେ ଲକଡାଉନ୍ ଅବଧି ବୃଦ୍ଧି।

0

ଚଣ୍ଡୀଗଡ଼: ଦେଶର ଦ୍ବିତୀୟ ରାଜ୍ୟ ଭାବରେ ପଞ୍ଜାବ ଏପ୍ରିଲ ୧୪ରେ ଶେଷ ହେଉଥିବା ୨୧ ଦିନିଆ ଲକ୍ଡ଼ାଉନକୁ ସମ୍ପ୍ରସାରିତ କରିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡ଼ାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ସୁପାରିସ କରିଥିଲା । ଦେଶରେ ସେପ୍ଟେମ୍ବର ସୁଦ୍ଧା ୫୮ ପ୍ରତିଶତ ଲୋକ କରୋନା ଭାଇରସ୍ ସଂକ୍ରମଣର ଶିକାର ହୋଇ ପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଡାକ୍ତର ଓ ବୈଜ୍ଞାନିକଙ୍କ ଗବେଷଣାରୁ ଏମିତି ଆଶଙ୍କା କରାଯାଉଛି । ତେଣୁ ସଂପ୍ରତି ରାଜ୍ୟରୁ ଲକ୍‌ଡାଉନ୍‌ ହଟାଇବା ଏହା ଉଚିତ୍ ସମୟ ହୋଇନାହିଁ । ସମ୍ପ୍ରତି ପଞ୍ଜାବରେ କରୋନାରେ ସଂକ୍ରମିତ ହୋଇ ୧୦ ଜଣ ମୃତ୍ୟୁବରଣ କରିଛନ୍ତି ଓ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି । ତେଣୁ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ସମସ୍ତଙ୍କ ଲାଗି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.