banner
Breaking

ଏପିର ପଞ୍ଜାବ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା

0

ମୋହାଲି,୧୮।୧: ଭଗଓ୍ବନ୍ତ ମନ୍ନଙ୍କୁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଙ୍ଗଳବାର ଘୋଷଣା କରିଛି ଆମ ଆଦମି ପାର୍ଟି (ଏଏପି)। ଅସାଧାରଣ ଟେଲିଭୋଟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲା ଏହା ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟାରେ ଲୋକେ ତାଙ୍କ ପସନ୍ଦୀୟ ପ୍ରାର୍ଥୀ ବାଛିଥିଲେ।

ଭଗଓ୍ବନ୍ତ ମନ୍ନଙ୍କୁ ଫୋନ ଓ ହ୍ବାଟ୍ସଆପ୍‌ ଜରିଆରେ ୯୩ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ମିଳିଛି। ମାତ୍ର ୩ ପ୍ରତିଶତ ଭୋଟ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ମିଳିଥିବା ଏଏପି ମୁଖ୍ୟ ଖବରଦାତାଙ୍କୁ କହିଛନ୍ତି।

“ଏହା ସ୍ପଷ୍ଟ ଯେ, ଏଏପି ପଞ୍ଜାବ ନିର୍ବାଚନ ଜିତିବ। ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯାଇଛି, ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ” ବୋଲି କେଜରିଓ୍ବାଲ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.