banner
Breaking

୪ ଦିନ ଢାଙ୍କିବ କୁହୁଡି ୧୦ ଡିଗ୍ରୀ ତଳେ ସହର।

0

ଭୁବନେଶ୍ୱର,୧୫/୧(ଓଡ଼ିଆ ନ୍ୟୁଜ) : ସାରା ରାଜ୍ୟରେ ୪ ଦିନ ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଥିବା ବେଳେ ୧୦ ଡ଼ିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୭.୪ ଡ଼ିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି। ଦାରିଙ୍ଗବାଡ଼ି ୯, ଟିଟିଲାଗଡ଼୯.୧, ଅନୁଗୁଳ ୯.୬ ରହିଛି। ଏହାସହ ଆସନ୍ତା ୩ ରୁ ୪ ଦିନ ଯାଏଁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଜିଲାରେ ମଧ୍ୟ ଘନ କୁହୁଡ଼ି ହେବ। ଆସନ୍ତା ୧୬ରେ ୮ଟି ଜିଲା ଓ ୧୭ରେ ୭ଟି ଜିଲା ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି କରାଯାଇଛି। କଟକ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ପୁରୀ ଓ ନୟାଗଡ଼ ଜିଲା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.