banner
Breaking

ରାଜ୍ୟର ୭ ଟି ଜିଲ୍ଲାରେ ବର୍ଷା ସହ ପବନ-ପାଣିପାଗ

0

ଭୁବନେଶ୍ୱର,୧୧।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ରବିବାର ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୋମବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ୱର, ଭଦ୍ରକ ମାଲକାନାଗିରି, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଆଦି ୭ଟି ଜିଲାରେ ଝଡ଼ ତୋଫାନ ସହ ବଜ୍ରପାତ ହେବ। ଏହି ସବୁ ଜିଲାରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ତେଣୁ ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ବଢ଼ି ଚାଲିଛି। ରବିବାର ଟିଟିଲାଗଡ଼ରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ତାଳଚେର ୪୧.୪, ପାରଳାଖେମୁଣ୍ଡି ୪୦.୨ ଡିଗ୍ରୀ ତାପମାତ୍ରା ରହିଛି। ଦିନରେ ତାତି ରାତିରେ କାଳବୈଶାଖୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।

Khansweb Solution Bhubaneswar

Leave A Reply

Your email address will not be published.