banner
Breaking

ଦୁଇଦିନ ବର୍ଷା ତାପରେ ଶୀତ। ପାଣିପାଗ

0

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୮ରେ କଟକ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୯ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲାରେ ବର୍ଷାର ସମ୍ଭାବନା ରହିଛି। ଏହା ପରେ ବର୍ଷା କମିବ ମାତ୍ର ପୁଣି ଶୀତ ଥରାଇବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

Khansweb Solution Bhubaneswar

Leave A Reply

Your email address will not be published.