banner
Breaking

କମୁଛି ଶୀତ, ଫେବୃଆରୀ ମାସରୁ ତାତି।

0

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଶୀତର ପ୍ରକୋପ ହ୍ରାସ ପାଇ ଯାଇଛି। ସର୍ବନିମ୍ନ ତାପମାତ୍ରା ୧୨ରୁ ୧୮ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଜାନୁୟାରୀ ଶେଷ ନ ହେଉଣୁ ଗରମର ଆଭାସ ମିଳିଲାଣି। ଫେବୃୟାରୀ ମାସରୁ ପ୍ରବଳ ଖରା ହନ୍ତସନ୍ତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଆଣ୍ଟି ସାଇକ୍ଲୋନିକ ପରିବେଶ ଯୋଗୁ ବଙ୍ଗୋପସାଗର ପଟୁ ଉପକୂଳକୁ ଅଧିକ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଫଳରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ କୁହୁଡି ପରିମାଣ ବୃଦ୍ଧି ପାଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିବା ସହ ହାଲକା ଶୀତ ହେବ। ତେବେ ୨୨ ତାରିଖରୁ ଉପକୂଳ ସମେତ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ କୁହୁଡି ହେବାର ସମ୍ଭାବନା ରହିଛି। ୨୨ ତାରିଖରେ ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡା, ସୁନ୍ଦରଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି, ସୋନପୁର, କେନ୍ଦୁଝର, ବଲାଙ୍ଗୀର ଆଦି ଜିଲାର ଅଧିକାଂଶ ଭାଗ ଘନ କୁହୁଡିରେ ଆଚ୍ଛାଦିତ ହେବ। ସେହିପରି ୨୩ ତାରିଖରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତ୍‌ସିଂହପୁର, ନୟାଗଡ, କନ୍ଧମାଳ, କଳାହାଣ୍ଡି, କେନ୍ଦ୍ରାପଡା, ଅନୁଗୋଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ଘନ କୁହୁଡି ହେବ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କୁହୁଡିକୁ ଦୃଷ୍ଟିରେ ରଖି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.