banner
Breaking

ପୁଣି ଦୁଇଦିନ କାଳବୈଶାଖି।

0

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ଦୁଇଦିନ ହେବ ବର୍ଷା ହୋଇଥିବାରୁ ଲୋକଙ୍କୁ ଗରମରୁ ଆସ୍ବସ୍ତି ମିଳିଛି। ଶନିବାର ଫୁଲବାଣୀରେ ସର୍ବାଧିକ ୧୬ମିମି ବର୍ଷା ହୋଇଥିବାବେଳେ ଦାରିଙ୍ଗବାଡ଼ି, କେନ୍ଦୁଝରଗଡ଼, ବୌଦ୍ଧରେ ମଧ୍ୟ ବର୍ଷା ହୋଇଛି। ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କୋରାପୁଟ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ଯାଜପୁରର କିଛି ସ୍ଥାନରେ ମଧ୍ୟ ଝଡ଼ ତୋଫାନ ହୋଇଛି। ଆସନ୍ତା ଦୁଇଦିନ ରାଜ୍ୟର ୧୪ ଜିଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ୪ରୁ ୫ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୋଳର କିଛି ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ଏଥିପାଇଁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ୫ରୁ ୬ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡ ସ୍ବଳ୍ପ ପରିମାଣର ବର୍ଷା ହୋଇପାରେ।

Khansweb Solution Bhubaneswar

Leave A Reply

Your email address will not be published.