banner
Breaking

ବର୍ଷା ଝଡତୋଫାନ ସହିତ ବଢିବ ଶୀତ-ପାଣିପାଗ

0

ଭୁବନେଶ୍ୱର,୩/୧(ଓଡ଼ିଆ ନ୍ୟୁଜ): ଶୀତୁଆ ପାଗକୁ ଝିପିଝିପି ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଝିରେ ମଝିରେ ସୁଲୁସୂଲିଆ ଥଣ୍ଡା ପବନରେ ଲୋମ ଟାଙ୍କୁରି ଯାଉଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ କିଛି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି । ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଓ ଗଜପତି। ଆଜି ସକାଳ ୮ଟା ୩୦ ସୁଦ୍ଧା ସୋନପୁରରେ ସର୍ବାଧିକ ୩୧.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏମିତି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାର ଦୁଇ ଦିନ ପରେ ତାପମାତ୍ରାରେ ପରିର୍ତ୍ତନ ହେବାସହ ସର୍ବନିମ୍ନ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.