banner
Breaking

କରୋନା, ଅମ୍ଫାନ ପରେ ଏବେ ପଙ୍ଗପାଳ ଚିନ୍ତା।

0

ଭୁବନେଶ୍ବର,୧/୬(ଓଡ଼ିଆ ନ୍ୟୁଜ): କରୋନା, ଅମ୍ଫାନ ପରେ ଏବେ ପଙ୍ଗପାଳ ଚିନ୍ତା ରାଜ୍ୟ ସରକାରଙ୍କ ଉପରେ ଲଦି ହୋଇପଡିଛି। ପଙ୍ଗପାଳ ମୁକାବିଲା ନେଇ କୃଷି ଭବନରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ କୃଷି ବିଭାଗର ସ୍ବତନ୍ତ୍ର ସଚିବ ମୁଥୁ କୁମାର ପଙ୍ଗପାଳଙ୍କୁ କିପରି ଦମନ କରାଯାଇ ପାରିବ ସେ ନେଇ ନିୟମାବଳୀ ଜାରି କରିଛନ୍ତି ।ସୂଚନା ଅନୁଯାୟୀ, ମୁକାବିଲା ପାଇଁ ସବୁ ଜିଲାରେ କଣ୍ଟ୍ରୋଲ ରୁମ ଖୋଲାଯିବ। ପ୍ରତି ଜିଲାରେ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ଜିଲାସ୍ତରରେ ଅଧିକ ସଚେତନ କରାଇବେ। ୮ ଲକ୍ଷ ଚାଷୀ ହେଲପଲାଇନରେ ଜଡିତ ଅଛନ୍ତି । ୬ ଲକ୍ଷ ଚାଷୀ ହ୍ବାଟ୍ସଆପ ଗ୍ରୁପରେ ଅଛନ୍ତି। ପଙ୍ଗପାଳ ମୁକାବିଲା ପାଇଁ କ’ଣ କରାଯିବ ସେ ନେଇ ଅନୁଧ୍ୟାନ ଜାରି ରହିଛି । ପଙ୍ଗପାଳ ଦଳ ଓଡ଼ିଶାରେ ପହଞ୍ଚିବା ପାଇଁ ପବନର ବେଗ ମୌସୁମୀ ଉପରେ ନିର୍ଭର କରେ। ଅଧିକାରୀମାନଙ୍କ ଦ୍ବାରା ଜିଲା ଓ ବ୍ଲକ ସ୍ତରରେ ସର୍ଭେ ଆରମ୍ଭ ହୋଇଯାଇଛି। ୫ଟି ପଏଣ୍ଟରେ ସଚେତନତା କରାଯାଉଛି । ବିହାର, ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ଅଧିକ ନଜର ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଷୟିକ ପରାମର୍ଶ ନିଆଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.