banner
Breaking

ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା

0

ଭୁବନେଶ୍ୱର,୨୫।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଜିଲାଗୁଡ଼ିକରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଜାନୁୟାରୀ ୧୭ରୁ ୨୧ତାରିଖ ମଧ୍ୟରେ ନାମାନଙ୍କପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ୫୫୪୪ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କର ପ୍ରାର୍ଥତ୍ପତ୍ର କାଏମ ରହିଥିବା ବେଳେ ୧୭୫୩ ସରପଞ୍ଚ, ୧୧୧୯ ପଞ୍ଚାୟତ ସମିତି ସଭ୍ୟ ଏବଂ ୨୩୨ ଜଣ ଜିଲାପରିଷଦ ସଦସ୍ୟଙ୍କ ମନୋନୟନ ପତ୍ର ନାକଚ ହୋଇଯାଇଛି। ଶେଷରେ ୧,୫୬,୭୫୩ ଜଣ ଓ୍ବାର୍ଡମେମ୍ବର, ୩୨,୮୬୦ ସରପଞ୍ଚ, ୨୭,୦୩୪ ପଞ୍ଚାୟତ ସମିତି ସଭ୍ୟ ଏବଂ ୩,୭୬୭ ଜଣ ଜିଲା ପରିଷଦ ସଦସ୍ୟଙ୍କ ନାମାଙ୍କନ ପତ୍ର କାଏମ ରହିଛି।
ତେବେ ଯେଉଁମାନଙ୍କର ପ୍ରାର୍ଥତ୍ପତ୍ର କାଏମ ରହିଛି, ସେମାନଙ୍କ ମଧ୍ୟରୁ ଅନେକ ବିଦ୍ରୋହୀ ଏବଂ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ସେହି ପ୍ରାର୍ଥୀମାନଙ୍କୁ ମନାଇ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଜୋରସୋର ଉଦ୍ୟମ ଚଳାଇଛନ୍ତି। ଭାଜପା ଓ କଂଗ୍ରେସ ଅପେକ୍ଷା ବିଜେଡିରେ ଅଧିକ ବିଦ୍ରୋହୀ ପ୍ରାର୍ଥୀ ଥିବାରୁ ଦଳୀୟ ନେତାଙ୍କ ଚିନ୍ତା ବଢ଼ିଯାଇଛି।
ଚଳିତଥର ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲା ପରିଷଦ ସଭ୍ୟ ପଦ ପାଇଁ ଭୋଟଗ୍ରହଣ ହେବ। ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ଭୋଟର ମତଦାନ କରିବେ। ଫେବୃୟାରୀ ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ। ଭୋଟଗ୍ରହଣ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହେବ। ପୂର୍ବରୁ ଭୋଟ୍‌ ଗ୍ରହଣ ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ହେଉଥିଲା। ଭୋଟ୍‌ ଗ୍ରହଣ ଅବଧିକୁ ୧ ଘଣ୍ଟା ବୃଦ୍ଧି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.