banner
Breaking

ମାତ୍ର ୧୦ ମିନିଟରେ ହେବ ପାନକାର୍ଡ।

0

ନୂଆଦିଲ୍ଲୀ,୨୯।୫: ଆଧାର ଭିତ୍ତିକ ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ (ଇନ୍‌ଷ୍ଟାଣ୍ଟ ପାନ୍‌) ପ୍ରଦାନ ସେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କିତ ଘୋଷଣା ୨୦୨୦ ବଜେଟରେ ହୋଇଥିଲା। ଏହାଦ୍ୱାରା ଆଧାର ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ପାନ୍‌ ପ୍ରଦାନ କରାଯିବ। ଏହି ସେବା ଦ୍ୱାରା ପାନ୍‌ ଜାରି କରିବା ପ୍ରକ୍ରିୟାକୁ ପେପର ବିହୀନ କରାଯାଇଛି। ଆବେଦନକାରୀ ରିୟଲ ଟାଇମ ଭିତ୍ତିରେ ପାନ୍‌ ଲାଭ କରିପାରିବେ। ଏହି ସେବା ମାଗଣା ମିଳିବ। ଏଥିଲାଗି ଆଧାରର ମୋବାଇଲ ନମ୍ବର ସହ ଲିଙ୍କ୍‌ ହେବା ଜରୁରୀ। ଏହି ସେବାକୁ ପରୀକ୍ଷଣ ଭିତ୍ତିରେ ଫେବୃୟାରୀଠାରୁ ଆରମ୍ଭ କରାଯାଇଛି। ବର୍ତ୍ତମାନ ୬.୭ ଲକ୍ଷ ଲୋକଙ୍କୁ ଇ-ପାନ୍‌ ଜାରି କରାଯାଇଛି। ମାତ୍ର ୧୦ ମିନିଟରେ ଇ-ପାନ୍‌ ଜାରି କରାଯାଇଛି। ଏ ନେଇ ଆବେଦନ କରିବାକୁ ହେଲେ ଆୟକର ବିଭାଗର ଇ-ଫାଇଲିଂ ଓ୍ବେବ୍‌ସାଇଟକୁ ଯିବାକୁ ହେବ। ଆଧାର ନମ୍ବର ପ୍ରଦାନ କରିବା ଦ୍ୱାରା ପଞ୍ଜୀକୃତ ମୋବାଇଲ ନମ୍ବରକୁ ଓଟିପି ଆସିବ। ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ୧୫ ଅଙ୍କ ବିଶିଷ୍ଟ ଆକନଲେଜମେଣ୍ଟ ନମ୍ବର ଜେନେରେଟ ହେବ। ଏହା ପରେ ଇ-ପାନ୍‌କାର୍ଡ ଡାଉନଲୋଡ୍‌ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ୫୦.୫୨ କୋଟି ପାନ୍‌କାର୍ଡ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.