banner
Breaking

ପାଲିଆଟିଭ୍ କେୟାର ହସ୍ପିଟାଲରେ ଆସିୟୁ କକ୍ଷ ଉଦଘାଟିତ

0

ଭୁବନେଶ୍ୱର, ଭୁବନେଶ୍ୱର ପଟିଆ ସ୍ଥିତ ରିହାବିଟେସନ୍ ଆଣ୍ଡ ପାଲିଆଟିଭ୍ କେୟାର ହସ୍ପିଟାଲରେ ନୂତନ ଆଇସିୟୁ କକ୍ଷ ଉଦଘାଟିତ ହୋଇଯାଇଛି । ରାଉଣ୍ଡଟେବୁଲ ଇଣ୍ଡିଆ ଓ ଲେଡିଜ ସର୍କଲ ଇଣ୍ଡିଆର ସହେଯାଗରେ ନିର୍ମିତ ଏହି ବାର ଶଯ୍ୟା ବିଶିଷ୍ଠ କକ୍ଷକୁ ରାଉଣ୍ଡଟେବୁଲ୍ ଇଣ୍ଡିଆର ଓଡିଶା ମୁଖ୍ୟ ମାଣିକ ହଂସ, ଲେଡିଜ ସର୍କଲ ଇଣ୍ଡିଆର ଓଡିଶା ପ୍ରତିନିଧି ଲିପସା ନାୟକ ହଂସ, ଏରିଆ ଅଧ୍ୟକ୍ଷ ପଙ୍କଜ ମତଓାନୀ, ପାଲିଆଟିଭ୍ କେୟାର ହସ୍ପିଟାଲର ନିର୍ଦ୍ଧେଶକ ଡଃ କଲ୍ୟାଣ କୁମାର ରଥ, ଡଃ ଧୁର୍ବ ମିଶ୍ର, ବାଲୁଙ୍କେଶ୍ୱର ରଥ, ସିଇଓ ଶ୍ରୀକାନ୍ତ ପଣ୍ଡା, ଡଃ ଅଞ୍ଜଳି ପାଢୀ,ଡଃ ସୁକଦେବ ନାୟକ,ଡଃ ସପୂର୍ଣ୍ଣ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମସ୍ତ ପ୍ରକାର ରୋଗୀ ସ୍ୱଳ୍ପ ଖର୍ଚ୍ଚରେ ସୁବିଧା ପାଇପାରିବେ । ପଲିଆଟିଭ୍ କେୟାର ହସ୍ପିଟାଲରେ ଅତ୍ୟାଧୁନିକ ଯନ୍ତ୍ରପାତି,ଉନ୍ନତ ଜ୍ଞାନ କୌଶଳ ଓ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ବିଭିନ୍ନ ଦୂରା ରୋଗ ଯଥା ପୂରାତନ ଓ ନୁତନ କ୍ୟାନ୍ସର, ନିରୋଲୋଜି, ୟୁରୋଲୋଜି, ଗାଇନୋଲୋଜି, ଗ୍ରଷ୍ଟ୍ରୋଲୋଜି. ପାଥୋଲୋଜି ଠାରୁ ଆରମ୍ଭ କରି ପେଡିକେୟାର, ଫିଜୋଥେରାପି, ଉନ୍ନତ ମାନର ଦନ୍ତ ଚିକିତ୍ସା ଓ ଓପିଡି ସୁବିଧା ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଉଛି । କୌଣସି ଲୋକ ଯେମିତି ଅର୍ଥାଭାବରୁ ରୋଗ ସେବାରୁ ବିଞ୍ଚିତ ନହୁଅନ୍ତି ସେଥିପାଇଁ ଆମେ ସମସ୍ତ ବ୍ୟବସ୍ଥା କରିଛୁ ବୋଲି ନିର୍ଦ୍ଧେଶକ ବାଲୁଙ୍କେଶ୍ୱର ରଥ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡଃ ମନୋଜ କୁମାର ସାହୁ, ବନ୍ଦିତା ଭଞ୍ଜ, ସ୍ୱପ୍ନା ସାଗରୀକା ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.