banner
Breaking

୧୮ ବର୍ଷରେ ବିବାହ ଅନିବାର୍ଯ୍ୟ ପାଇଁ ଏହି ଦେଶ ଆଣିବ ଆଇନ୍।

0

କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ ଅନିବାର୍ଯ୍ୟ କରାଯିବା ଲାଗି ସିନ୍ଧ୍‌ ପ୍ରଦେଶର ବିଧାନସଭା ମୁତ୍ତାହିଦା ମଜଲିସ୍‌ ଏ ଅଲମରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଏଭଳି କରିବାକୁ ବିଫଳ ହୋଇଥିବା ଅଭିଭାବକଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ମୁତ୍ତାହିଦା ମଜଲିସ୍‌ ଏ ଅଲମର ସଦସ୍ୟ ସୟଦ୍‌ ଅବଦୁଲ୍‌ ରଶିଦ୍‌ ‘ସିନ୍ଧ୍‌ ଅନିବାର୍ଯ୍ୟ ବିବାହ ଅଧିନିୟମ-୨୦୨୧’ ନାମକ ଏହି ବିଧେୟକ ଉପସ୍ଥାପନ କରିଛନ୍ତି। ଏହା ଦ୍ୱାରା ବଳାତ୍କାର ଘଟଣାରେ ରୋକ ଲଗାଯାଇ ପାରିବ ବୋଲି ପ୍ରସ୍ତାବରେ ଦର୍ଶାଯାଇଛି। ବିବାହ କରାଯାଇଥିବା ନେଇ ଏକ ଶପଥପତ୍ର ଜିଲା ଉଚ୍ଚାୟୁକ୍ତଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯିବ। ଏହା ନ କରି ପାରିଥିବା ଅଭିଭାବକଙ୍କୁ ଜରିମାନା ଦଣ୍ଡାଦେଶ କରାଯିବ। ଏହି ପ୍ରସ୍ତାବ ଆଇନରେ ପରିଣତ ହେଲେ ସମାଜରେ ଅପରାଧ କମିବ ବୋଲି ୟଦ୍‌ ଅବଦୁଲ୍‌ ରଶିଦ୍‌ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.