banner
Breaking

ପାକିସ୍ତାନରେ ବିମାନ ଦୁର୍ଘଟଣା ବହୁ ମୃତ୍ୟୁ ଆଶଙ୍କା।

0

କରାଚି : ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୯୮ ଜଣ ଯାତ୍ରୀ ଥିଲେ। ଲାହୋରରୁ କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ଇଣ୍ଟର ନେସନାଲ ଏୟାରଲାଇନସର ପିକେ-୩୦୩ ବିମାନଟି କରାଚି ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବିମାନରେ ୯୮ଜଣ (୮୮ଯାତ୍ରୀ ଏବଂ ୧୦ ଜଣ କ୍ରୁ ମେମ୍ବର) ଥିଲେ ।ତେବେ ମୃତାହତ ସଂପର୍କରେ କୌଣସି ସଠିକ୍ ତଥ୍ୟ ମିଳି ପାରିନାହିଁ । ବିମାନଟି ଦୁର୍ଘଟଣାଗ୍ରସ୍ତ ପରେ ସମଗ୍ର ଜନବସତି ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା।

ରିପୋର୍ଟ ଅନୁଯାୟୀ, ଲାହୋରରୁ ଯାତ୍ରା କରୁଥିବା ବିମାନଟି ମଡେଲ କଲୋନୀ ନିକଟବର୍ତ୍ତୀ ମଲିରର ଏକ ଜନବସତି ଅଞ୍ଚଳରେ ଖସିପଡିଥିଲା । ତେବେ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଏକ ମିନିଟ ପୂର୍ବରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ଏହି ଅଞ୍ଚଳର ଅନେକ ଘର ନଷ୍ଟ ହୋଇଯାଇଛି ଏବଂ ବହୁ କ୍ଷୟକ୍ଷତି ହୋଇଛି । ଦୁର୍ଘଟଣା ପରେ କରାଚିର ସମସ୍ତ ପ୍ରମୁଖ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ସୁରକ୍ଷା ବାହିନୀ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ସେବା ଯୋଗାଣକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.