banner
Breaking

ଜଗନ୍ନାଥ ସଂସ୍କୃତି ପୃଥିବୀ ସାରା ପରିବ୍ୟାପ୍ତ ହେବ, ଓଡିଆଙ୍କ ମନୋବଳ ଶ୍ରୀଜଗନ୍ନାଥ ଅନୁଷ୍ଠିତ

0

ଭୁବନେଶ୍ୱର – ଓଡିଶାବାସୀଙ୍କ ପ୍ରତେକ ଘରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ପ୍ରଚଳିତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ଓଡିଶାରେ ପାଳିତ ହୁଏ ବାର ମାସରେ ତେର ପର୍ବ । ପୁରାଣ ଶାସ୍ତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ କଳି ଯୁଗର ଶ୍ରେଷ୍ଠ ଅବତାର ପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ଇଚ୍ଛାରେ ଚାଲୁଛି ସାରା ଜଗତ । ଜଗନ୍ନାଥଙ୍କ ପାଇଁ ଓଡିଶା ଆଜି ବିଶ୍ୱ ବହ୍ମାଣ୍ଡରେ ପରିଚିତ । ଓଡିଶା ତଥା ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ପୃଥିବୀ ସାରା ପରିବ୍ୟାପ୍ତ ହେବ । ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ନେଇ ରଚିତ ଭଜନ ତିନୋଟି ଭାଷାରେ ନିର୍ମିତ ହୋଇ ଭାରତ ଏବଂ ପୃଥିବୀର ବିଭିନ୍ନ ଦେଶରେ ପ୍ରସାରିତ ହେବ । ଏଭଳି ଏକ ନିଆରା ପଦକ୍ଷେପ ନେଇଛି ଓଡିଶାର ଅଗ୍ରଣୀ ସଂଗୀତ ଭିତ୍ତିକ ଅନୁଷ୍ଠାନ ପଦ୍ମନାଭ ଷ୍ଟୁଡିଓ । ଅଜି ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ପଦ୍ମନାଭ ଷ୍ଟୁଡିଓ ପକ୍ଷରୁ ଅନୁଷ୍ଠିତ ଓଡିଆଙ୍କ ମନୋବଳ ଶ୍ରୀଜଗନ୍ନାଥ ଭକ୍ତି ସଂଧ୍ୟାର କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭକ୍ତି ନୈବେଦ୍ୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ନାଲକୋର ମୁଖ୍ୟ ପରିଚାଳକ ଶ୍ରୀଧର ପାତ୍ର, ମୁଖ୍ୟବକ୍ତା ରୂପେ ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଭାରତୀୟ ଅପରାଧ ଅନୁସଧ୍ୟାନ ବିଭାଗର ବିଶିଷ୍ଟ ଆଇନ ଉପଦେଷ୍ଟା କାଳୀ ଚରଣ ମିଶ୍ର, ଫେଡେରାଲ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଭଜନ ସଂଧ୍ୟାରେ କାର୍ତ୍ତିକ କୁମାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଓ ଗୁରୁ ଶତପଥୀଙ୍କ ଗୀତ ରଚନାରେ ଓଡିଶାର ଜନପ୍ରିୟ କଳାକାର କୁମାର ବାପି, ଶୈଳଭାମା ମହାପାତ୍ର, ସୁଧାକର ମିଶ୍ର, ମାନସୀ ପାତ୍ର, ଅମିତ୍ରା ନାୟକ, ଅଂଶୁମାନ ତ୍ରିପାଠୀ, ପ୍ରକାଶିନୀ ସାହୁ, ଐଶ୍ୱର୍ଯ୍ୟନୀ ତ୍ରିପାଠୀ, ରାଜଲକ୍ଷ୍ମୀ ଶତପଥୀ, ସାନ୍‌ଭି ପଟ୍ଟନାୟକ, ମିରାମ୍ବିକା ପାତ୍ର ଓ କାର୍ତ୍ତିକ କୁମାର କଣ୍ଠଦାନ କରିଥିଲେ । ଭଜନ ଶ୍ରୀଜଗନ୍ନାଥଙ୍କ ଷୋହଳ କଳା, ସଂଗୀତ ରସିଆ, ମଣି ବିମାନ ଆସେ ଝୁଲି ଝୁଲି, ଏ ଜୀବନ ଏମିତି ଖାତା,ସାରି ବାରି ବିହାର, ପ୍ରକୃତ ଭକ୍ତ ଚିହ୍ନିବା ପାଇଁ, ଧପ ଧପ ଜଳୁଚି ଦୀପ, ଶୁନ୍‌ଶାନ୍ ବଡଦେଉଳେ ଇତ୍ୟାଦି ଗୀତ ପରିବେଶଣ କରାଯାଇଥିଲା । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡଃ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲାବେଳେ ପଦ୍ମନାଭ ଷ୍ଟୁଡିଓର ମୁଖ୍ୟ ପରିଚାଳଜ ସନାତନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.