banner
Breaking

୪ ନମ୍ବର ଓ୍ବାର୍ଡରେ ଜନସମ୍ପର୍କ ପଦଯାତ୍ରା

0

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଆହ୍ୱାନ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ବି ଏମ ସି ୪ ନମ୍ବର ଓ୍ବାର୍ଡ ସ୍ଥିତ ଜୟପୁର ଗ୍ରାମର ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ପୀଠରୁ ବାହାରି ପାହାଳ ଗ୍ରାମ ଦେଇ ଜୋହାଳ ଗ୍ରାମର ବରୁଣେଇ ମନ୍ଦିର ଠାରେ ସଂପୁର୍ଣ ହୋଇଥିଲା |

ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ସ୍ଥାନୀୟ ବାସିନ୍ଦା ମାନଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଯାଇଥିଲା | ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ତତ୍ୱାବଧାନରେ ୪ ନମ୍ବର ୱାର୍ଡର ମୌଳିକ ବିକାଶ ଯଥା, ପାନୀୟ ଜଳ, ଷ୍ଟ୍ରିଟଲାଇଟ ରାସ୍ତା ଓ ଡ୍ରେନ ପ୍ରଭୃତି କରାଯିବ ସହିତ ଏହି ୱାର୍ଡକୁ ଏକ ଆଦର୍ଶ ୱାର୍ଡରେ ପରିଣତ କରାଯିବ ବୋଲି ମାନ୍ୟବର ବିଧାୟକ ନିଜର ମତ ରଖିଥିଲେ | ମିଶନ ଶକ୍ତିର ମା’ ମାନଙ୍କୁ ମୁକ୍ତା ଯୋଜନାରେ ସାମିଲ କରି ରୋଜଗାରକ୍ଷମ କରିବା ଏବଂ ବସ୍ତି ଗୁଡିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ରାସ୍ତା, ପାନୀୟ ଜଳ , ଏବଂ ଷ୍ଟ୍ରିଟ ଲାଇଟ, ପରିଚୟ ଗୃହ ଭଳି ସୁବିଧା ଯୋଗାଇ ଦେଇଥିବାରୁ ମାନନିୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭୁରି ପ୍ରଶଂସା କରିଥିଲେ | ଆଜିର ଏଇ ଜନସମ୍ପର୍କ ପଦଯାତ୍ରାରେ ଅନ୍ୟତମ ଅତିଥି ଭାବରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହ୍ନର, ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ସ୍ଥାନୀୟ ନେତା ଅକ୍ଷୟ କୁମାର ଲେଙ୍କା, କର୍ପୋରେଟର ଇତିଶ୍ରୀ ଦାସ, ଜୟନ୍ତୀ ସାହୁ, ପୂଜା ମହାରଣା, ପୂଜା ବେହେରା, ପୂର୍ବତନ କର୍ପୋରେଟର ଗାୟତ୍ରୀ ଲେଙ୍କା, ଦାଶରଥି ନାୟକ, ଯୁବନେତା ମନୋଜ ସାହୁ, ଆଦିକନ୍ଦ ରାଉତ, ରମେଶ ସାହୁ, ପ୍ରକାଶ ଜେନା, ଶୁଭାକାଂତ ମହାନ୍ତି, ତପନ ସାହୁ, ନବୀନ ସାହୁ, ଚିତ୍ତରଞ୍ଜନ ବେହେରା, ସୁବ୍ରତ ପଟ୍ଟନାୟକ, ବରିଷ୍ଠ ନାଗରିକ ନଳିନୀ ସ୍ୱାଇଁ, ବଂଶୀଧର ଭୋଳ, ଦୁଃଶାଶନ ପ୍ରଧାନ, ଉତ୍ତର ଭୁବନେଶ୍ୱର ଯୁବ ସଭାପତି ବୀରେନ୍ଦ୍ର ଜେନା ଏବଂ ଛାତ୍ର ସଭାପତି ସୁବାସ ସାହୁ, ମହିଳା ନେତ୍ରୀ ଲୀଳାବତୀ ସାହୁ, ଜୟନ୍ତୀ ବେହେରାଙ୍କ ସମେତ ବହୁ ସଂଖ୍ୟାରେ ଯୁବକ , ଛାତ୍ର, ବୁଦ୍ଧିଜୀବୀ ଓ ଏସ ଏଚ ଜି ର ମା ମାନେ ଯୋଗ ଦେଇ ଆଜିର ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ |

Khansweb Solution Bhubaneswar

Leave A Reply

Your email address will not be published.