banner
Breaking

ଅକ୍ଟୋବର ୧୧ ରେ ଓୟୁଏଟି ୟୁଜି ଏକକ ପରୀକ୍ଷା ।

0

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ (ୟୁଜି) ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହେବ। ଆବେଦନ ଶେଷ ହୋଇଥିଲେ ମଧ୍ୟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାମୟିକ ଭାବେ ପ୍ରବେଶିକାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ କୁଳପତି ପ୍ରଫେସର ପୱନ ଅଗ୍ରୱାଲ ନିର୍ଦେଶ ଦେଇଛନ୍ତି। କୁଳପତିଙ୍କ ଅଧ୍ୟକ୍ଷତାରେ ପରୀକ୍ଷାକୁ ସୁପରିଚାଳନା ପାଇଁ ନିୟମିତ ବରିଷ୍ଠ ପଦାଧିକାରୀଙ୍କୁ ନେଇ ବୈଠକ କରାଯାଉଛି।
୨୦୨୦-୨୧ ଶିକ୍ଷା ବର୍ଷରେ କୃଷି,ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଓ ଗୋଷ୍ଠୀ ବିଜ୍ଞାନ ଭଳି ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ପାଇଁ ୯ ଟି ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ମୋଟ ୩୩ ହଜାର ୩୫ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଗତବର୍ଷ ସ୍ନାତକ ପାଠ୍ୟକ୍ରମରେ ପ୍ରାୟ ୩୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚଳିତ ବର୍ଷ କରୋନା ଯୋଗୁଁ ବିଦ୍ୟାର୍ଥୀଙ୍କ ଆବେଦନ କମିଛି।
ଚଳିତ ବର୍ଷ ଭୁବନେଶ୍ବରରେ ସର୍ବାଧିକ ୧୫ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା ଥିବାବେଳେ କଟକରେ ଓ ବାଲେଶ୍ବରରେ ୭ ପରୀକ୍ଷା କେନ୍ଦ୍ର କରାଯିବ। ରାଜ୍ୟର ପ୍ରାୟ ୨୪ଟି ସହରରେ ପ୍ରାୟ ୯୦ଟି ପରୀକ୍ଷା କେନ୍ଦ୍ର କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଜନା ରହିଛି।
ଅନ୍ୟପକ୍ଷରେ ଛାତ୍ରଛାତ୍ରୀ ଆସନ୍ତା କାଲିଠାରୁ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌କୁ ଲଗ୍‌ଇନ୍‌ କରି ଫର୍ମ ବି ପୂରଣ କରିପାରିବେ। ଚଳିତ ମାସ ୩୦ ତାରିଖ ଫର୍ମ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ଆବେଦନ ଚଳିତ ମାସ ୩୦ ତାରିଖରେ ଶେଷ ହେବ। ଅଗଷ୍ଟ ୧୨ରୁ ପିଜି ପାଠ୍ୟକ୍ରମ ପାଇଁ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହୋଇଥିଲା। ପୂଜା ଛୁଟି ପ‌େ‌ରେ ପିଜି ପ୍ରବେଶିକା ପରୀକ୍ଷା ବିଶ୍ବବିଦ୍ୟାଳୟ ପକ୍ଷରୁ କରିବାକୁ ଯୋଜନା ରହିଛି। ତେବେ ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନି।

Khansweb Solution Bhubaneswar

Leave A Reply

Your email address will not be published.