banner
Breaking

ଓଡ଼ିଆ ନ୍ୟୁଜର ପ୍ରଭାବ। ପ୍ରକାଶ ପାଇଲା ପରୀକ୍ଷା ତାରିଖ।

0

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଓଡ଼ିଆ ନ୍ୟୁଜର ପ୍ରଭାବ ପ୍ରକାଶିତ ହେଲା ପରୀକ୍ଷା ତାରିଖ। ସୂଚନା ଥାଉକି ଗତକାଲି ପରୀକ୍ଷାରେ ପାଚର ଅନ୍ତର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଖବର ପ୍ରକାଶିତ ହେବାରୁ ଆଜି ପ୍ରଶାସନର ନିଦ ଭାଙ୍ଗିଛି।

ଓଡ଼ିଶାରେ ଦିନକୁ ଦିନ ବେକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାରୀ ଚାକିରି ପାଇଁ ଜଣେ ପରୀକ୍ଷାର୍ଥୀ ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରୁନାହିିଁ । ସରକାରଙ୍କ ଅବହେଳା ଯୋଗୁଁ ମଧ୍ୟ ଅନେକ ମେଧାବୀ ମାନେ ପରୀକ୍ଷା ଦେବାରୁ ବଂଚିତ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ବୟସ ମଧ୍ୟ ଅତିକ୍ରାନ୍ତ ହୋଇଯାଉଛି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ପ୍ରକାଶିତ ୩୦ ରୁ ଅଧିକ ବିଜ୍ଞପ୍ତିର ପରୀକ୍ଷା ଏ ପର୍ଯ୍ୟନ୍ତ ସରିନାହିଁ । କିଛି ବିଜ୍ଞପ୍ତିର ପ୍ରିଲିମିନାରୀ ପରୀକ୍ଷା ଏ ପର୍ଯ୍ୟନ୍ତ ହୋଇନାହିଁ, ଆଉ କିଛି ବିଜ୍ଞପ୍ତିର ପ୍ରିଲିମିନାରୀ ପରୀକ୍ଷା ହୋଇଛି କିନ୍ତୁ ପରୀକ୍ଷାର ଫଳାଫଳ ମଧ୍ୟ ବାହାରି ନାହିଁ । ଆଉ କିଛି ବିଜ୍ଞପ୍ତିର ମୁଖ୍ୟ ପରୀକ୍ଷା ସରିଛି କିନ୍ତୁ ଫଳାଫଳ ଦୁଇରୁ ତିନି ବର୍ଷ ହେଲା ବାହାରି ନାହିଁ । ଆଉ କିଛି ବିଜ୍ଞପ୍ତିର ମୌଖିକ ପରୀକ୍ଷା ସରିଛି କିନ୍ତୁ ଚୁଡାନ୍ତ ପରୀକ୍ଷା ଫଳାଫଳ ମଧ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ । ବିଜ୍ଞପ୍ତି ବାହାରିଥିଲା ଚାରିରୁ ପାଂଚ ବର୍ଷ ଆଗରୁ ପରୀକ୍ଷାର୍ଥୀମାନେ ପରୀକ୍ଷାକୁ ଅପେକ୍ଷା କରି ତାଙ୍କର ବୟସ ମଧ୍ୟ ଗଡିଗଲାଣି । ପରୀକ୍ଷା ଗୁଡିକ ହେଲା ଯଥା- ଆସିଷ୍ଟାଣ୍ଡ କମର୍ସିଆଲା ଟାକ୍ସ ଅଫିସର, ବ୍ଲକ ସୋସିଆଲ ସିକୁରିଟି ଅଫିସର, ସପ୍ଲାଇ ଇନିସ୍ପେକ୍ଟର, ପୋଲିସି ସବ୍ ଇନିସ୍ପେକ୍ଟର ଏହିଭଳିି ତିରିଶରୁ ଉର୍ଦ୍ଧ୍ବ ପରୀକ୍ଷା ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ପରୀକ୍ଷା ଗୁଡିକ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକ୍ସନ୍ କମିଶନ ଢାଞ୍ଚାରେ କରାଯାଉ । ଆହୁରି ମଧ୍ୟ ଉକ୍ତ ପରୀକ୍ଷା ଗୁଡିକର ବୟସ ସୀମାକୁ ୪୨ ବର୍ଷକୁ ପର୍ଯ୍ୟନ୍ତ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପରୀକ୍ଷାଗୁଡିକ ଶୀଘ୍ର ଶେଷ କରିବା ପାଇଁ ପରୀକ୍ଷାର୍ଥୀମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.