banner
Breaking

ଓପିଏସସି ପରୀକ୍ଷା ବାତିଲ।

0

କଟକ ,୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ହେବାକୁ ଥିବା ସମସ୍ତ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ଓପିଏସ୍‌ସି ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ମେଡିକାଲ ଅଫିସର(ଆସିଷ୍ଟାଣ୍ଟ ସର୍ଜନ) ନିଯୁକ୍ତି ପାଇଁ ଆସନ୍ତା ୬ରୁ ୨୫ ତାରିଖ ମଧ୍ୟରେ ହେବାକୁ ଥିବା ସାର୍ଟିଫିକେଟ ଯାଞ୍ଚକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏଥିସହ ୧୭ରୁ ୧୯ ତାରିଖ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ (ବୈଦ୍ୟୁତିକ)ନିଯୁକ୍ତି ପାଇଁ ସାର୍ଟିଫିକେଟ ଯାଞ୍ଚକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପରୀକ୍ଷା ବିଷୟରେ ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀମାନଙ୍କୁ ନିୟମିତ ଭାବରେ ଓପିଏସ୍‌ସି (http://opsc.gov.in) ୱେବ୍‌ସାଇଟ୍‌ ପରିଦର୍ଶନ କରିବାକୁ ଓପିଏସ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.