banner
Breaking

ଓମିକ୍ରନ୍ ପାଇଁ ବୁଷ୍ଟର ଡୋଜର ଆବଶ୍ୟକ-ବିଶେଷଜ୍ଞ

0

ନୂଆଦିଲ୍ଲୀ,୧୬ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣର ବୃଦ୍ଧିକୁ ଦେଖି ଦେଶର ଜଣେ ନାମୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ସରକାରଙ୍କୁ କୋଭିଡ-୧୯ ସଂକ୍ରମଣର ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି କିଛି ରୋଗଗ୍ରସ୍ତ, କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଓ ସ୍ମାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜର ରଣନୀତି ପ୍ରସ୍ତୁତ କରିବାକୁ ସେ କହିଛନ୍ତି । କରୋନାର ଅନ୍ୟ ଭାରିଏଣ୍ଟ ତୁଳନାରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ସେ କହିଛନ୍ତି ।
ଫୋର୍ଟିସ ଏସକର୍ଟସ୍ ହାର୍ଟ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ଡା. ଅଶୋକ ସେଠ କହିଛନ୍ତି, କରୋନାର ତୃତୀୟ ଲହର ନିଶ୍ଚିତ ଭାବେ ଆସିବ । ଏଥିପାଇଁଁ ଏବେଠାରୁ ବିଶେଷ ରୋଗଗ୍ରସ୍ତ ବ୍ୟକ୍ତି, କମ୍ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ ଉପରେ ରଣନୀତି ପ୍ରସ୍ତୁତ ହେବା ଦରକାର । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ ଆମେ ବାସ୍ତବ ଅସୁବିଧାର ନିକଟତର ହେଉଛୁ, ତେଣୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରିବା ଦରକାର । ଓମିକ୍ରନ୍ ଭାରିଏଣ୍ଟ ଅତ୍ୟଧିକ ସଂକ୍ରାମକ ଓ ପ୍ରତିରକ୍ଷା ତନ୍ତ୍ରକୁ ବି ଚକମା ଦେଇପାରେ । ଆମ ଦେଶ ଜନବହୁଳ ହୋଇଥିବାରୁ ଯଦି କୌଣସି ଏକ ଛୋଟିଆ ଅଂଶ ଓମିକ୍ରନ୍ ଦ୍ୱାରା ଅଧିକ ଭାବେ ପ୍ରଭାବିତ ହୋଇଗଲା ତେବେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇଯିବ । ଆଉ ଏହା ତୃତୀୟ ଲହର ପାଇଁ ବାଟ ଫିଟାଇଦେବ ।

Khansweb Solution Bhubaneswar

Leave A Reply

Your email address will not be published.