banner
Breaking

ସୋମବାର ଓଡିଶାକୁ ଆସିବ ଓମିକ୍ରନ୍ ଟେଷ୍ଟ କିଟ୍

0

ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍‌ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍‌ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍‌ଡି ଓଡ଼ିଶାକୁ ଏହି କିଟ ଦେବ । ୫ ଲକ୍ଷ ଓମିସିଓର କିଟ ଆଣିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅର୍ଡର ଦେଇଛି। ଏହି ଓମିସିୟୋର କିଟସ୍ ଓମିକ୍ରନ ଭୂତାଣୁ ଚିହ୍ନଟ କରିବ । ଆଉ ଜିନମ ସିକ୍ବେନ୍ସିଂ କରିବା ଆବଶ୍ୟକ ପଡିବନି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍‌ରେ ଟେଷ୍ଟ କଲେ ଓମିକ୍ରନ ଭୂତାଣୁ ଚିହ୍ନଟ ହେବ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.