banner
Breaking

୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ତଥ୍ୟ ମିଳିଲା

0

ଭୁବନେଶ୍ବର,୨/୧(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ କେନ୍ଦୁଝର ଜିଲାରୁ ସର୍ବାଧିକ ୭, ଖୋର୍ଦ୍ଧା ଜିଲାରୁ ୪ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଓ ପୁରୀ ଜିଲାରୁ ୩ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଓ ବୌଦ୍ଧ ଜିଲାରୁ ୨ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଓ ବାଲେଶ୍ବର ଜିଲାରୁ ଜଣେ ଲେଖାଏଁ ଜଣେ ଲେଖାଲଁ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ ୨୩ ମଧ୍ୟରୁ ୧୧ ବିଦେଶ ଫେରନ୍ତା ଏବଂ ୧୨ ସ୍ଥାନୀୟ ସଂକ୍ରମିତ। ଚିହ୍ନଟ ୨୩ଜଣଙ୍କ ମଧ୍ୟରୁ ୧୯ଜଣ ପୁରୁଷ ଓ ୪ଜଣ ମହିଳା। ଚିହ୍ନଟ ୨୩ଜଣଙ୍କ ବୟସ ୮ରୁ ୮୩ବର୍ଷ ମଧ୍ୟରେ। ସମସ୍ତ ଚିହ୍ନଟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରୀ ଯାଞ୍ଚ ଚାଲିଛି। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି ବୋଲି ସେ ପ୍ରକାଶ କରିଛନ୍ତି।

ଆଜିର ଓମିକ୍ରନ ମାମଲାକୁ ମିଶାଇ ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲେ । ଗତ ୧୨ ଦିନ ମଧ୍ୟରେ ରାଜ୍ୟରେ ୩୭ ଓମିକ୍ରନ ମାମଲା ଚିହ୍ନଟ କରାଯାଇଛି । ସୁସ୍ଥ ହୋଇସାରିଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ।

Khansweb Solution Bhubaneswar

Leave A Reply

Your email address will not be published.