banner
Breaking

ଭାରତରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

0

ମୁମ୍ବଇ,୩୧/୧୨ : ଦେଶରେ କୋଭିଡ-୧୯ର ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଦେଶରେ ପ୍ରଥମ ଓମିକ୍ରନ ସଂକ୍ରମଣ ଜନିତ ମୃତ୍ୟୁ । ମହାରାଷ୍ଟ୍ରର ପିମ୍ପ୍ରି ଅଞ୍ଚଳର ୫୨ ବର୍ଷ ବୟସ୍କ ଏହି ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ । ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ସେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ଜିନୋମ ସିକ୍ୱେନସିଂରୁ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ସାମନାକୁ ଆସିଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ତାଙ୍କର ମୃତ୍ୟୁ ଘଟିଛି । ଅବଶ୍ୟ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.