banner
Breaking

ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ବ୍ୟକ୍ତି କୋଭିଡ-୧୯ର ଓମିକ୍ରନ ପ୍ରକରଣରେ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧିପାଇଛି। ଏହି ବ୍ୟକ୍ତିଜଣ ସଂଯୁକ୍ତ ଆରବ ଏମିରେଟସରୁ ଫେରିଥିଲେ। ତାଙ୍କ ଘର କେନ୍ଦୁଝର ଜିଲାରେ ବୋଲି ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ପକ୍ଷରୁ କୁହାଯାଇଛି। ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ରାଜ୍ୟରେ ପ୍ରଥମେ ଦୁଇ ବିଦେଶ ଫେରନ୍ତା ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ଥିବା ଚିହ୍ନଟ ହେବାପରେ ଗତ ୨୩ ତାରିଖରେ ୨ଜଣ ନାବାଳିକା ଏବଂ ୨୬ ତାରିଖରେ ୪ଜଣ ଓମିକ୍ରନରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.