banner
Breaking

ଓମିକ୍ରନ୍ ଆକ୍ରାନ୍ତଙ୍କ ଲକ୍ଷଣ କଣ ଜାଣନ୍ତୁ

0

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସରକାର ସଜାଗ ଥିବା ବେଳେ ଚିକିତ୍ସା ଲାଗି ସମସ୍ତ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏବେ ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ହସ୍ପିଟାଲର ଜଣେ ବରିଷ୍ଠ ଚିକିତ୍ସକ କହିଛନ୍ତି ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ । କେବଳ ମୁଣ୍ଡବିନ୍ଧା ଓ ଦେହ ଦରଜ ହୋଇଛି । ଏହା ବ୍ୟତୀତ ତାଙ୍କର ଆଉ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ସୂଚନାଯୋଗ୍ୟ, ସଂକ୍ରମିତଙ୍କ ବୟସ ୩୩ ବର୍ଷ ହୋଇଥିବା ବେଳେ ସେ ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିଲେ । ଡିସେମ୍ବର ୨ରେ ବିମାନନ୍ଦରରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏଲଏନ୍‌ଜେପି ହସ୍ପିଟାଲ ପଠାଇ ଦିଆଯାଇଥିଲା । ଏହାପରେ ତାଙ୍କର ଜିନୋମ ସିକ୍ୟୁଏନସିଂ କରାଯାଇଥିଲା ଓ ସେ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.