banner
Breaking

ଏଥର ଶୀଘ୍ର ମିଳିବ ଓମିକ୍ରନ୍ ଟେଷ୍ଟ ରିପୋର୍ଟ

0

ନୂଆଦିଲ୍ଲୀ,୧୨ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍‌ର ଟେଷ୍ଟ ଏବେ ସହଜ ହୋଇଯିବ । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଦିବ୍ରୁଗଡରେ ଏହାର ଏକ ଟେଷ୍ଟ କିଟ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଓମିକ୍ରନ୍ ସମ୍ପର୍କରେ ମାତ୍ର ଦୁଇ ଘଣ୍ଟାରେ ଜଣାପଡିଯିବ । ଏବେ ଓମିକ୍ରନ୍‌ର ଟେଷ୍ଟ ପାଇଁ ଜିନୋମ ସିକ୍ୟୁନସିଂ କରିବାକୁ ପଡୁଛି ଆଉ ଏଥିପାଇଁ ୩-୪ ଦିନ ସମୟ ଲାଗୁଛି ।
ସୂଚନାଯୋଗ୍ୟ, ସାରା ବିଶ୍ୱରେ ଏବେ ଓମିକ୍ରନ୍ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଏହାର ଟେଷ୍ଟିଂକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ଏ ଦିଗରେ ପାଦେ ଆଗକୁ ଯାଇଛି ଆଇସିଏମ୍‌ଆର୍ । ଏବେ ଯେତେଶୀଘ୍ର ଏହି ନୂଆ ଭାରିଏଣ୍ଟର ଚିହ୍ନଟ କରାଯାଇ ପାରିବ ସେତେଶୀଘ୍ର ଏହାର ଚିକିତ୍ସା କରାଯାଇ ପାରିବ ବୋଲି କୁହାଯାଉଛି । ଏବେ ଭାରତରେ ୩୩ ଓମିକ୍ରନ୍ ଚିହ୍ନଟ ହୋଇଥିବା ବେଳେ ଅନେକଙ୍କ ଜିନୋମ ସିକ୍ୟୁନସିଂ ରିପୋର୍ଟକୁ ଅପେକ୍ଷା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.