banner
Breaking

ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

0

ନୂଆଦିଲ୍ଲୀ,୧୧।୧୨: ଦିଲ୍ଲୀରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ଜିମ୍ବାଓ୍ବେରୁ ଫେରଛନ୍ତି। ଏହା ଦ୍ୱାରା ଦେଶର ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର ଦକ୍ଷିଣ ଆଫ୍ରିକା ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ରହିଛି। ସେ କରୋନା ଟିକାର ଉଭୟ ଡୋଜ୍‌ ନେଇ ସାରିଛନ୍ତି। ବିଦେଶରୁ ଦିଲ୍ଲୀ ଫେରିଥିବା ୨୭ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ସେମାନଙ୍କ ନମୁନାର ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ତେବେ ୨୫ ଜଣଙ୍କ ରିପୋର୍ଟ ଓମିକ୍ରନ୍‌ ନେଗେଟିଭ୍‌ ଆସିଛି।

ସମ୍ପ୍ରତି ଦେଶର ୩୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୭ ଜଣ, ରାଜସ୍ଥାନରେ ୯ ଜଣ, ଗୁୂଜରାଟରେ ୩, ଦିଲ୍ଲୀରେ ୨ ଜଣ ଏବଂ କର୍ନାଟକରେ ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଦୁବାଇ ପଳାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.