banner
Breaking

୪୭ ଦେଶକୁ ବ୍ୟାପିଲାଣି ଓମିକ୍ରନ୍

0

ଜୋହାନସବର୍ଗ,୭ ।୧୨: ନଭେମ୍ବର ଶେଷ ସପ୍ତାହରେ ଚିହ୍ନଟ ହାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱକୁ ଅନିଶ୍ଚିତା ଭିତରକୁ ଠେଲି ଦେଇଥିବା ବେଳେ ସବୁଠି ଭୟର ବାତାବରଣ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ସୂଚନା ଅନୁଯାୟୀ, ଓମିକ୍ରନ୍ ଏବେ ସୁଦ୍ଧା ୪୭ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି । ହେଲେ ଓମିକ୍ରନ୍ ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ଜଣଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ । କିନ୍ତୁ ଦ୍ରୁତ ଗତିରେ ଏହା ସଂକ୍ରମିତ ହେଉଥିବାରୁ ଆମେରିକା ଓ ଦକ୍ଷିଣ ଆଫ୍ରିକା ସହ କିଛି ୟୁରୋପୀୟ ଦେଶର ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପରେ ଏହା ଗୋଷ୍ଠି ସଂକ୍ରମଣ ହେଲାଣି ବୋଲି କୁହାଯାଉଛି । ଏବେ ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ଦେଶର ବିଶେଷଜ୍ଞମାନେ ଜାଣିବାକୁ ପ୍ରୟାସ କରୁଛନ୍ତି ଯେ ଓମିକ୍ରନ୍ ଅନ୍ୟ କୌଣସି ବଡ ରୋଗର କାରଣ ହେବନି ତ ପୁଣି ଏବେକାର ଟିକା ଏଥିପାଇଁ ପ୍ରତିରୋଧି ହେବତ । ପ୍ରଥମରୁ ଦକ୍ଷିଣ ଆଫ୍ରିକାର ଡାକ୍ତର ଓ ବିଶେଷଜ୍ଞମାନେ ଆଶ୍ୱସ୍ତ କରିଥିଲେ କି ଓମିକ୍ରନ୍‌ର ସଂକ୍ରମଣ ଖୁବ୍ ହାଲକା । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.