banner
Breaking

ହୁହୁ ହୋଇ ମାଡୁଛି ଓମିକ୍ରନ୍, ସତର୍କ ରୁହନ୍ତୁ

0

ନୂଆଦିଲ୍ଲୀ,୬ ।୧୨: ବିଶ୍ୱର ପ୍ରାୟ ୩୮ଟି ଦେଶରେ ପହଞ୍ଚି ସାରିଥିବା କରୋନାର ଓମିକ୍ରନ୍ ଭାରିଏଣ୍ଟ ଭାରତରେ ବି ଦ୍ରୁତ ଗତିରେ ମାଡି ଚାଲିଛି । କାରଣ ଗତ ୪ ଦିନ ମଧ୍ୟରେ ଦେଶରେ ୨୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ପ୍ରଥମେ ୨ ଡିସେମ୍ବରରେ ଦେଶରେ ପ୍ରଥମ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଡିସେମ୍ବର ସୁଦ୍ଧା ସଂଖ୍ୟା ୨୧ ଛୁଇଁ ସାରିଲାଣି । ରବିବାର ଗୋଟିଏ ଦିନରେ ଏକାଥରେ ୧୭ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା ଚିନ୍ତାର କାରଣ ପାଲଟି ଯାଇଛି । ରାଜସ୍ଥାନ ଜୟପୁରରେ ୯, ମହାରାଷ୍ଟ୍ରରେ ୭ ଓ ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ଓମିକ୍ରନ୍ ଭାରିଏଣ୍ଟ ରାଜଧାନୀ ଦିଲ୍ଲୀ ସମେତ ଦେଶର ୫ ରାଜ୍ୟକୁ ବ୍ୟାପିଗଲାଣି । ସବୁଠାରୁ ଅଧିକ ସଂକ୍ରମିତ ରାଜସ୍ଥାନରେ ମିଳିଥିବା ବେଳେ ଏହା ତଳକୁ ରହିଛି ମହାରାଷ୍ଟ୍ର । ଟିକା ନେଉଥିବା ଲୋକେ ବି ଏହାଦ୍ୱାରା ସଂକମିତ ହେଉଥିବା ସୂଚନା ମିଳିଛି । ତେଣୁ ସତର୍କ ଓ ସାବଧାନ ରହି କରୋନାର ସମସ୍ତ ନିୟମ ମାନିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.