banner
Breaking

ସେପ୍ଟେମ୍ବର ୯ ରୁ ୧୫ ଓଜେଇଇ ପରୀକ୍ଷା।

0

ଭୁବନେଶ୍ବର,୧୧/୮(ଓଡ଼ିଆ ନ୍ୟୁଜ): ଆସନ୍ତା ସେପ୍ଟେମ୍ବର ୯ ରୁ ୧୫ ଯାଏ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର ୧୬ଟି ଜିଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କଲେଜର ଅଧ୍ୟକ୍ଷମାନଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପତ୍ର ଲେଖି ଜଣାଇଛି। ଓଜେଇଇ ଓ ଟିସିଏର ଅଧିକାରୀ ଏ ସବୁ କଲେଜ ପରିଦର୍ଶନ କରି ଓଜେଇଇ ପରୀକ୍ଷା କେନ୍ଦ୍ର ଚୟନ କରିବେ। ଚଳିତ ବର୍ଷ ପ୍ରଥମ କରି ଓଜେଇଇ  କମ୍ପ୍ୟୁଟର ମାଧ୍ୟମରେ ହେବ।
କରୋନା ମହାମାରୀ ବ୍ୟପିଥିବାରୁ ଛାତ୍ରଛାତ୍ରୀ  ଯେପରି ଏକାଠି ହେବେନି ସେଥିପ୍ରତି ଧ୍ୟାନ ଦିଆଯାଇଛି। ଯେଉଁମାନେ ଜେଇଇ ମେନ ଦେଇ ନ ଥିବେ ସେମାନେ ଏହି ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଦେବେ। ସରକାରୀ ଓ ବେସରକାରୀ ଖାଲି ଥିବା ସିଟରେ ଛାତ୍ରଛାତୀମାନେ ନାମଲେଖାଇ ପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.