banner
Breaking

ଅକ୍ଟୋବର ୧୨ ରୁ ଓଜେଇଇ।

0

ଭୁବନେଶ୍ୱର, ୧୮।୯(ଓଡ଼ିଆ ନ୍ୟୁଜ)-: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌ରେ ହେବ। ପ୍ରତ୍ୟେକ ଦିନ ତିନୋଟି ସିଫ୍ଟରେ କରାଯିବ। ପରୀକ୍ଷାର କେଉଁ ସିଫ୍ଟରେ କ’ଣ ଅଛି ତା’ର ସମ୍ପୂର୍ଣ୍ଣ ସୂଚନା ସହିତ ରୋଲ୍‌ ନମ୍ବର, ସିଫ୍ଟ ଏବଂ ପରୀକ୍ଷା କେନ୍ଦ୍ର, ଆଡମିଟ୍‌ କାର୍ଡ ଓଜେଇଇ ଅଫିସିଆଲ ଓ୍ବେବ୍‌ସାଇଟ୍‌ www.ojee.nic.in ବା www.o।ishajee.comରେ ଚଳିତମାସ ଶେଷ ସୁଦ୍ଧା ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଉପରୋକ୍ତ ୱେବ୍‌ସାଇଟ ଖୋଲି ପରୀକ୍ଷା ସମ୍ବନ୍ଧୀୟ ଆବଶ୍ୟକ ସୂଚନା ପାଇପାରିବେ।
ଏଥର ମୋଟ ୫୩ଟି ସେଣ୍ଟରରେ ଓଜେଇଇ ଅନୁଷ୍ଠିତ ହେବ। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ର କରାଯାଇଛି। ସେଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି(ଗଜପତି), ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ(କନ୍ଦମାଳ), କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଓ ସମ୍ବଲପୁର। ସେହିପରି ରାଜ୍ୟ ବାହାରେ ଝାଡ଼ଖଣ୍ଡର ରାଞ୍ଚତ୍, ପଶ୍ଚିମବଙ୍ଗର କୋଲକାତା ଓ ବିହାରର ପାଟଣାଠାରେ ମଧ୍ୟ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.