banner
Breaking

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର।

0

ଭୁବନେଶ୍ୱର,୫।୨:ଗତ ୭ ଦିନ ହେବ ତେଲ ଦର ବୃଦ୍ଧିରେ ବିରତି ପରେ ଗୁରୁବାର ପୁଣି ଥରେ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ୩୭ ପଇସା ବଢ଼ିଥିବା ନଜରକୁ ଆସିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୮୭.୩୨ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଲାଗି ଲୋକଙ୍କୁ ୮୩.୭୧ ଟଙ୍କା ଦେବାକୁ ପଡୁଛି। ଏଠାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଇନ୍ଧନ ଦର ରେକର୍ଡ ଭାଙ୍ଗି ଚାଲିଥିବା ନଜରକୁ ଆସିଛି। ବଜେଟ ପୂର୍ବରୁ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାକୁ ବଢିଥିଲା। ସେହିଭଳି ଗୁରୁବାର ନୂଆଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବଢିବା ଯୋଗୁ ଦର ଯଥାକ୍ରମେ ୮୬.୬୫ ଟଙ୍କା ଏବଂ ୭୬.୮୩ ଟଙ୍କା ଛୁଇଁଛି। ଏଠାରେ ପେଟ୍ରୋଲ ରେକର୍ଡ ଉଚ୍ଚ ସ୍ତରରେ ରହିଛି। ମୁମ୍ବାଇ କଥା ବିଚାରକୁ ନେଲେ ପେଟ୍ରୋଲ ୯୩.୨୦ ଟଙ୍କା ଏବଂ ଡିଜେଲ ୮୩.୬୭ ଟଙ୍କା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.