banner
Breaking

୨୨ ହଜାର ଇ-ଯାନ ଚାର୍ଜି° ପଏଣ୍ଟ ନିର୍ମାଣ କରିବେ ବିଭିନ୍ନ ତୈଳ କମ୍ପାନୀ।

0

ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ସମେତ ୨ ଅନ୍ୟ ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ୨୨ ହଜାର ଇ-ଯାନ ଚାର୍ଜିଂ ଷ୍ଟେଶନ ବସାଇବେ। ୩ରୁ ୫ ବର୍ଷରେ ଏହି ଇ-ଯାନ ଚାର୍ଜିଂ ଭିତ୍ତିଭୂମି ବିକାଶ ଲାଗି କମ୍ପାନୀଗୁଡ଼ିକ ଯୋଜନା ରଖିଛନ୍ତି। ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ନେଟ୍‌ ଜିରୋ କରିବା ଲାଗି ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ଅଂଶୀଦାରମାନେ ବର୍ତ୍ତମାନ ଯୋଗଦାନ ରଖୁଥିବା କୁହାଯାଉଛି। ଏହିଦିଗରେ ଦେଶର ସର୍ବବୃହତ୍ତ ତୈଳ ବିପଣନ କମ୍ପାନୀ ଆଇଓସିଏଲ୍‌ ୧୦ ହଜାର ଚାର୍ଜିଂ ଷ୍ଟେଶନ ବସାଇବାକୁ ଯୋଜନା ରଖିଛି ବୋଲି ଏହାର ଅଧ୍ୟକ୍ଷ ଏସ୍‌.ଏମ୍‌.ବୈଦ୍ୟ କହିଛନ୍ତି। ସେହିଭଳି ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀଗୁଡ଼ିକ ଯଥାକ୍ରମେ ୭ ହଜାର ଏବଂ ୫ ହଜାର ଲେଖାଏ ଷ୍ଟେଶନ ବସାଇବେ। ଆସନ୍ତା ବର୍ଷ ଆଇଓସି ୨ ହଜାର ଷ୍ଟେଶନ ବସାଇବ ବୋଲି ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.