banner
Breaking

ପୁଣି ବଢିଲା ତେଲ ଦର।

0

ଭନୂଆଦିଲ୍ଲୀ,୪।୧୦: କ୍ରମାଗତ ଚତୁର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ ୨୬ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୮.୯୮ଟଙ୍କା ଏବଂ ପେଟ୍ରୋଲ ୧୦୩.୨୭ ଟଙ୍କାରେ ବିକ୍ରି ହେଉଛି। ଏପରି କି ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ୫ଥରରେ ୧.୨୩ ଟଙ୍କା ଏବଂ ଡିଜେଲ ୮ଥର ୨.୩୭ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୯.୩୨ ଟଙ୍କା ଓ ପେଟ୍ରୋଲ ୧୦୩.୬୨ ଟଙ୍କାରେ ପହଞ୍ଚତ୍ଛି।
ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କା ଏବଂ ପେଟ୍ରୋଲ ୧୦୨.୩୯ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ପେଟ୍ରୋଲ
୫ଥରରେ ୧.୨୫ ଟଙ୍କା ଏବଂ ଡିଜେଲ ୮ଥରରେ ୨.୧୫ ଟଙ୍କା ବଢ଼ିଥିବା ଜଣାପଡିଛି। ସେପ୍ଟେମ୍ବର ୫ରେ ଶେଷ ଥର ପାଇଁ ତୈଳ ଦର ହ୍ରାସ ପାଇଥିଲା। ସେପ୍ଟେମ୍ବର ୨୪ରୁ ଡିଜେଲ ଦର ବୃଦ୍ଧି ପାଇଚାଲିଛି ବୋଲି ତୈଳ ନିଗମ ସୂଚନା ଦେଇଛି।
ଅପରପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୯ରୁ ୩୨ ପଇସା ବଢ଼ି ଯଥାକ୍ରମ ୯୫.୩୧ ଟଙ୍କା, ୯୩.୮୭ ଟଙ୍କା ଏବଂ ୯୮.୪୮ ଟଙ୍କାକୁ ଛୁଇଁଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୧ରୁ ୩୦ ପଇସା ବୃଦ୍ଧି ଘଟି ଯଥାକ୍ରମେ ୧୦୦.୦୧ ଟଙ୍କା, ୧୦୩.୦୭ ଟଙ୍କା ଏବଂ ୧୦୮.୪୩ ଟଙ୍କାରେ କାରବାର ହେଉଛି।
ଲଗାତର ତୈଳ ଦର ବୃଦ୍ଧି ଯୋଗୁ ବର୍ତ୍ତମାନ ଦେଶର ୨୬ଟି ରାଜ୍ୟରେ ପେଟ୍ରୋଲ ୧୦୦ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଥିବା ବେଳେ ୨୩ଟି ରାଜ୍ୟରେ ଡିଜେଲ ଦର ମଧ୍ୟ ୯୦ ଟଙ୍କା ଉପରେ ରହିଛି। ଏପରି କି ଦେଶର ୫ ପ୍ରମୁଖ ରାଜ୍ୟ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ମଧ୍ୟ ଡିଜେଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ବୋଲି ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.