banner
Breaking

ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷଙ୍କ ଚିପିଲିମା ଯାଆଁଳା ଉତ୍ପାଦନ କେନ୍ଦ୍ର ପରିଦର୍ଶନ

0

ଭୁବନେଶ୍ୱର,୨୭ା୩ ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ସମ୍ବଲପୁର ଜିଲ୍ଲାର ଚିପିଲିମା ସ୍ଥିତ ମତ୍ସ୍ୟ ଯାଆଁଳା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଅଜିର ଏହି ଗସ୍ତ ସମୟରେ ସେ ମତ୍ସ୍ୟଚାଷୀ ମାନଙ୍କ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବଦ୍ଧରେ ଆଲୋଚନା କରିବା ସହିତ ୫ଟି ନୀତି ଅନୁସରଣ କରି କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଚିପିଲିମାରେ ପ୍ରତିବର୍ଷ ଯାଆଁଳ ଉତ୍ପାଦନ କ୍ଷମତା ବୃଦ୍ଧି ପାଉଛି । ଆଗକୁ କପରି ଏହା ଅଧିକ ରୁ ଅଧିକା ବୃଦ୍ଧି ଘଟିବ ସେ ଉପରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ମତ୍ସ୍ୟ ଚାଷୀ ଓ ଯୁବଦ୍ୟୋଗୀ ମାନେ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶା କିପରି ସାରା ଭାରତ ବର୍ଷରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଉନ୍ନୟନ ଅଧିକାରୀ ତୁଷାର ରଞ୍ଜନ ଧୀର, ଚିପିଲିମା ଯାଆଁଳା ଉତ୍ପାଦନ କେନ୍ଦ୍ରର ପରିଚାଳକ ଫଗୁଲାଲ ମହାନନ୍ଦ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସମେତ ମତ୍ସ୍ୟ ଚାଷୀମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.