banner
Breaking

ତାମିଲନାଡୁ ଭାରତ ନିବାସ ପ୍ରତିଷ୍ଠା ଦିବସରେ ଆକର୍ଷଣ ସାଜିବ ଓଡିଶୀ ନୃତ୍ୟ – ଗୋଟିଏ ସ୍ଥାନରେ ଦେଖିବେ ୭୨ ଦେଶର ଲୋକ

0

ଭୁବନେଶ୍ୱର,୨୦ ।୧୦(ବ୍ୟୁରୋ) ତାମିଲନାଡୁ ଅରଭିଲେ ଇଣ୍ଟରନ୍ୟାସନାଲ ଟାଉନସିପ୍ ପରିସରରେ ଆସନ୍ତା ୨୨ ତାରିଖରେ ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ ପାଳନ
କରାଯିବ । ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ୭୨ ଦେଶର ଶ୍ରଦ୍ଧାଳୁ ରହୁଥିବା ଏହି ଟାଉନସିପରେ ପାଳିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ସାଜିବ ଓଡିଶାର
ପାରମ୍ପରିକ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ । ଭୁବନେଶ୍ୱର ଡମଣାଠାରେ ଥିବା ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟୁଡିଓର କଳାକାରମାନେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ କରିବେ । ସନ୍ଧ୍ୟା ସାଢେ ୬ ଘଟିକା ସମୟରେ
ଶ୍ରୀ ଅରବିନ୍ଦ ସଭାଗୃହରେ ଏହି ନୃତ୍ୟ ପରିବେଷଣ ଅନୁଷ୍ଠିତ ହେବ । ୟୁ ଟୁବ୍ ମାଧ୍ୟମରେ ଏହାର ପ୍ରସାରଣଙ୍କୁ
୭୨ ଦେଶ ସହ ବିଭିନ୍ନ ଦେଶର ଲୋକମାନେ ଦେଖିବାର ସୁଯୋଗ ପାଇପାରିବେ । ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟୁଡିଓର ପ୍ରତିଷ୍ଠାତା ତଥା କ୍ରିଏଟିଭ୍ ହେଡ୍‌
ଜନ୍ମେଜୟ ମହାନ୍ତି ସୂଚନା ଦେଇଛନ୍ତି । ଓଡିଶାର ଏହି ଗୌରବାନିତ୍ୱ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ସମସ୍ତ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ https//Youtu,.be/718tD4 ଲିଙ୍କ
ମାଧ୍ୟମରେ ପୃଥିବିବାସୀ ଉପଭୋଗ କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.