banner
Breaking

ଓଡିଶା ସଡକ ପରିବହନ ସଂଘର ରାଜ୍ୟ ସ୍ତରୀୟ ସଭା ଓ ସଡକ ସୁରକ୍ଷା ସଚେତନତା

0

ଭୁବନେଶ୍ୱର ; ଓଡିଶା ସଡକ ପରିବହନ ମହାସଂଘର ରାଜ୍ୟ ସ୍ତରୀୟ ସାଧାରଣ ସଭା ଓ ସଡକ ସୁରକ୍ଷା ସଚେତନତା ଏବଂ ପରିବହନ ଶ୍ରମିକଙ୍କ ସାମାଜିକ ସୁରକ୍ଷା କର୍ମଶାଳା ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ପଦ୍ମନ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଉଦ୍‌ଘାଟନ କରି କହିିଥିଲେ ଓଡିଶାର ଜନପ୍ରିୟ ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଜନସାଧାରଣଙ୍କ ପାଇଁ ସବୁବେଳେ ନୂଆ ନୂଆ ଜନହିତକାରୀ ଯୋଜନା କରି ଆସୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭାରତରେ ଇତିହାସ ସୃଷ୍ଟି କରିଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବହୁ ଲୋକ ସାମିଲ ହୋଇ ଉପକୃତ ହେଉଛନ୍ତି । ସେହିପରି ପରିବହନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସମ୍ମାନିତ ଅତିଥିଭାବେ କଟକ ମେୟର ସୁବାଷ ସିଂ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପରିବହନ ଆୟୁକ୍ତ ଅରୁଣ ବୋଥ୍ରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପରିବହନ ଶ୍ରମିକ କର୍ମଚାରୀ ସଂଘର ସଭାପତି ନବ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସଂଘ ତରଫରୁ ପରିବହନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନଙ୍କ ସୁରକ୍ଷା ଓ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଦାବି କରାଯାଉଥିଲା । ଏହାକୁ ସହୃଦୟ ବିଚାର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଦ୍ୱିତୀୟ ଅଧିବେସନରେ ସଡକ ସୁରକ୍ଷା ସଚେତନତା ଓ ପରିବହନ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା, ସମ୍ମାନିତ ଅତିଥି ଭାବେ ବସ୍ ଆସୋସିଏସନର ସଭାପତି ବରଦା ଆଚାର୍ଯ୍ୟ, ଟ୍ରକ ଆସୋସିଏସନ ସଭାପତି ପ୍ରଣବ ପରିଜା, ନବକିଶୋର ମହାନ୍ତି, ଦେବୁ ନାୟକ, ନିରଞ୍ଜନ ପ୍ରହରାଜ, ଦୁର୍ଗା ଚରଣ ଖୁିଣ୍ଟିଆ ଓ ଦିଲ୍ଲୀପ ପଣ୍ଡା ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଟକର ଦେବେନ୍ଦ୍ର ପାଣିଗ୍ରାହୀ, ବାଲେରଶ୍ୱରର ସ୍ୱାଧିନ ଶତପଥି, ରାଉରକେଲାର ଭୁବନ ନାୟକ, ମୟୁରଭଞ୍ଜର ଜ୍ଞାନ ରଞ୍ଜନ ରାଉତ, ଜଗତସିଂହପୁରର ଅରୁଣ ମହାନ୍ତି, ଝାରସୁଗୁଡାରୁ ଚୈତନ୍ୟ ସାହାଣୀ ଓ ଭୁବନେଶ୍ୱରରୁ ଚନ୍ଦନ ଦାସ, ସନ୍ତୋଷ ସାହୁ, ସୟଦ ଅଲ୍ଲି ଜୋନେଦ୍‌, ନିହାର ରଞ୍ଜନ ସ୍ୱାଇଁ ଓ ଅସିତ କୁମାର ମାର୍ଥା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପରିବହନ ସଂଘ, କର୍ମକର୍ତ୍ତା, ଚାଳକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.