banner
Breaking

ହାଇଦ୍ରାବାଦକୁ ହରାଇଲା ଓଡ଼ିଆ ଏଫସି

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ନିମ୍‌ ଦୋର୍ଜିଙ୍କ ଆତ୍ମଘାତୀ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ହାଇଦ୍ରାବାଦ ଏଫ୍‌ସିକୁ ୩-୧ରେ ପରାସ୍ତ କରି ଓଡିଶା ଏଫ୍‌ସି(ଓଏଫ୍‌ସି) ୩ ପଏଣ୍ଟ ଅର୍ଜନ କରିଛି। ଫଳରେ ୧୮ ମ୍ୟାଚ୍‌ରୁ ୧୦ ବିଜୟ ସହିତ ଓଏଫ୍‌ସି ୨୭ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇ ପ୍ଲେ ଅଫ୍‌ ଦାବିଦାରିକୁ ଦୃଢ଼ କରିଛି। ଓଏଫ୍‌ସି ପକ୍ଷରୁ ଆଇଜାକ ଭନଲାଲରୁଆଟଫେଲା ୩୩ ଓ ଡିଏଗୋ ମରିସିଓ ୯୦+୪ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ବେଶ୍‌ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମାର୍ଦ୍ଧରେ ଡିଏଗୋ ମରିସିଓ ଏକାଧିକ ସ୍କୋରିଂ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲେ। ୩୩ତମ ମିନିଟ୍‌ରେ ଆଇଜାକ ଭନଲାଲରୁଆଟଫେଲା ଏକ ଚମତ୍କାର ଗୋଲ ସହିତ ଓଏଫ୍‌ସି ପକ୍ଷରୁ ଆଗୁଆ ସ୍କୋର କରିଥିଲେ। ପେଡ୍ରୋ ମାର୍ଟିନ୍‌ଙ୍କ ପାସ୍‌କୁ ଏକ ଶକ୍ତିଶାଳୀ ଶଟ୍‌ ସହିତ ଗୋଲରେ ପରିଣତ କରିଥିଲେ ଆଇଜାକ। ପ୍ରଥମାର୍ଦ୍ଧ ଶେଷହେବାର ଠିକ୍‌ ପୂର୍ବରୁ ଅର୍ଥାତ୍‌ ୪୪ତମ ମିନିଟ୍‌ରେ ନିମ୍‌ ଦୋର୍ଜି ଓଏଫ୍‌ସି ଗୋଲି ଅମରିନ୍ଦର ସିଂଙ୍କୁ ଚକମା ଦେଇ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ୭୨ତମ ମିନିଟ୍‌ରେ ଓଏଫ୍‌ସି ଅଗ୍ରଣୀ ହାସଲ କରିଥିଲା। ଡିଏଗୋ ମରିସିଓଙ୍କ ପାସ୍‌କୁ ନନ୍ଦକୁମାର ଶେକର ଗୋଲପୋଷ୍ଟ ଆଡ଼କୁ ମାରିଥିଲେ। ତେବେ ଦୋର୍ଜିଙ୍କ ଦୁର୍ବଳ ଡିଫେନ୍ସ କାରଣରୁ ଏହା ଆତ୍ମଘାତୀ ଗୋଲରେ ପରିଣତ ହୋଇଥିଲା। ଇଞ୍ଜୁରି ଟାଇମ୍‌ରେ ଆଇଜାକ ଛାକଛୁଆକଙ୍କ ପାସ୍‌ରୁ ଗୋଲ ଦେବା ସହିତ ୯୦+୪ ମିନିଟ୍‌ରେ ଓଡ଼ିଶାକୁ ୩ ପଏଣ୍ଟ ପ୍ରଦାନ କରିଥିଲେ ଡିଏଗୋ ମରିସିଓ। ଆଇଜାକ ଭନଲାଲରୁଆଟଫେଲାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.