banner
Breaking

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

0

ଭୁବନେଶ୍ୱର : ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁୟାରୀ ପହିଲାରୁ ଲାଗୁ ହେବ।

ପେନ୍‌ସନ୍‌ଭୋଗୀଙ୍କ ଟି.ଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁୟାରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ଦିଆଯିବ। ଫଳରେ ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.