banner
Breaking

ନବ ନିର୍ମାଣ ଛାତ୍ର ସଙ୍ଗଠନର ବନ୍ଦ ଡାକରା

0

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଶାନ୍ତିପୂର୍ଣ୍ଣ ପିକେଟିଂ ପାଇଁ ଆହ୍ୱାନ ଦେଇଛି ସଂଗଠନ । ସେପଟେ ଆଜିର ଓଡ଼ିଶା ବନ୍ଦ ପାଳନକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ । ରୁଚିକାକୁ ନ୍ୟାୟ ଦେବାକୁ ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ଡାକରାରେ ସାମିଲ ହେବାକୁ କୁହାଯାଇଛି । ଆଜିର ବନ୍ଦକୁ ନଜରରେ ରଖି ସରକାରଙ୍କ ପକ୍ଷରୁ କଡ଼ା ବ୍ୟବସ୍ଥା ମଧ୍ୟ କରାଯାଇଛି । ସୂଚନା ଥାଉକି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ପରେ ପରେ ନ୍ୟାୟ ଦାବିରେ ରୁଚିକାଙ୍କ ପରିବାର ପକ୍ଷରୁ କଲେଜ ସମ୍ମୁଖରେ ଧାରଣା କରାଯାଇଥିଲା । ହେଲେ ପୁଲିସ ତାଙ୍କୁ ସେଠାରୁ ଉଠାଇନେଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.