banner
Breaking

ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ ଇଣ୍ଡିଆ ଟାଇଟଲ ଜିତିଲେ ଅନ୍ୱେଶ ରାଓ

0

ଭୁବନେଶ୍ୱର, ୯ା୭ ; ଷ୍ଟାର ଏଣ୍ଟରଟେନମେଣ୍ଟ ତରଫରୁ ନୂଆଦିଲ୍ଲୀର ଏକ ଘରୋଇ ହୋଟେଲରେ ଅୟୋଜିତ ହୋଇଥିବା ଜାତୀୟ ସ୍ତରର ମଡେଲିଙ୍ଗ ପ୍ରତିଯୋଗୀତାରେ ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ୍ ଇଣ୍ଡିଆ ୨୦୨୨ ଟଇଟଲ ଜିତିଛନ୍ତି ଭୁବନେଶ୍ୱରର ଅନ୍ୱେଶ ରାଓ । ଏହି ମଡେଲିଙ୍ଗ ପ୍ରତିଯୋଗୀତା ତିନୋଟି କଟାଗୋରୀରେ । ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅନ୍ୱେଶ ପ୍ରଥମେ ଭରଚୁଆଲ ମୋଡରେ ଅଡିସନ୍ ଦେଇ ପ୍ରତିଯୋଗୀତାର ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲ ରାଉଣ୍ଡକୁ ଯାଇଥିବା ୪୫ ଜଣଙ୍କୁ ପଛରେ ପକାଇ ବାଜିମାତ କରିଥିଲେ ଅନ୍ୱେଶ । ଏଥିରେ ଅତିଥି ଭାବେ ଡଃ ବରୁନ କାଟୟାଲ,ଡଃ ସାଗର ଅଭିଚନ୍ଦାନି, ବିକ୍ରମ ସେଠ୍‌, ରିତା ଗାଙ୍ଗଓାନୀ, ଲୋକେଶ ଶର୍ମା ଓ ଆଶମିନ୍ ମୁନଜାତ୍ ପ୍ରମୁଖ ଯାଗଦେଇ ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ୍ ଇଣ୍ଡିଆ ୨୦୨୨ ଟଇଟଲ ପ୍ରଦାନ କରିଥିଲେ । ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଅଧ୍ୟୟନରତ ଅନ୍ୱେଶ ଭବିଷ୍ୟତରେ ଜଣେ ଭଲ ମଡେଲ ହେବାକୁ ଲକ୍ଷ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାରର, ସାଙ୍ଗସାଥୀ ଓ ଶିକ୍ଷାନୁଷ୍ଠାନରେ ଖୁସିର ଲହରି ଖେଳିଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.